କୃଷିର ବିକାଶ ଦିଗରେ ଅଧିକ ସହାୟତା ଯୋଗାଇ ଦିଆଯିବ:କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ

ନବରଙ୍ଗପୁର: ଛୋଟ ଚାଷୀ ଓ ମଧ୍ୟମ ଧରଣର ଚାଷୀମାନଙ୍କୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ପ୍ରତି ଆଗ୍ରହ ସୃଷ୍ଟି କରିବା ଦରକାର ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୁମାରୀ ଶୋବା କରଣ୍ଡେଲଜି ପରାମର୍ଶ ଦେଇଛନ୍ତି l ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକର ବଡ କୁମାରୀ ଗ୍ରାମରେ କେନ୍ଦ୍ରୀୟ ମଧୁର ଜଳ ଜୀବ ପରିଚାଳନା ସଂସ୍ଥାନ ସହାୟତା ରେ ଅବସ୍ଥିତ ମାଛ ଜiଆଁଳl କେନ୍ଦ୍ର ପରିଦର୍ଶନ ସମୟରେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ମହିଳା ମାନଙ୍କୁ ଅଧିକରୁ ଅଧିକ ସାମିଲ କରିପାରିଲେ ସେମାନଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ ବୋଲି କହିଥିଲେ l ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ଜରିଆରେ ଦେଶର ୧୨ଟି ଗବେଷଣା ସଂସ୍ଥାନ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ସମର୍କରେ ଜିଲାପାଳ ଡ କୋମଳ ଲୋଚନ ମିଶ୍ର ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ନବରଙ୍ଗପୁର ଜିଲାରେ କାର୍ଯ୍ୟକାରୀ ହେଉଥିବା ଦେଶର କୃଷି ବିକାଶ ପ୍ରକଳ୍ପକୁ କୃଷି ଅନୁସନ୍ଧାନ ସଂସ୍ଥାନ ଜରିଆରେ ଅଧିକ ଲୋକମାନଙ୍କୁ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

 

ଏହି କାର୍ଯ୍ୟକ୍ରମରେ ଜିଲାପାଳ ଡ କୋମଳ ଲୋଚନ ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ,ଜିଲା ମତ୍ସ୍ୟ ଅଧିକାରୀ ଜଗଦୀଶ ରାଓ, ଉମରକୋଟ ବିଡ଼ିଓ ହିମାଦ୍ରି ମାଝୀ, ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ l କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ କୁମାରୀ ଶୋଭା କୋରଣ୍ଡଲଜି ସୁଜିତ୍ ଦାସଙ୍କ ମୁକ୍ତା ଚାଷ , ମାଛ ଜାଲ ତିଆରି, ଡଙ୍ଗା ତିଆ ରି, ବତକ ପାଳନ ଓ ମାଛ ଚାଷ ରେ ହେଉଥିବା ଲାଭ ସମର୍କ ରେ ପଚାରି ବୁଝି ଥିଲେ।

Comments are closed.