www.samajalive.in
Friday, December 12, 2025
14.1 C
Bhubaneswar

ଶାନ୍ତିପୂର୍ଣ୍ଣ ନିର୍ବାଚନ ନିମନ୍ତେ ରାଜନୈତିକ ଦଳଗୁଡିକ ସହିତ ବିଭିନ୍ନ ପର୍ଯ୍ୟବେକ୍ଷକଙ୍କ ବୈଠକ

କେନ୍ଦୁଝର: ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ସାଧାରଣ, ପୁଲିସ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।
ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ ଠାରେ ଜିଲାପାଳ ଵିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କେନ୍ଦୁଝର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଆଶିଷ ମୋଦି, ମିନହାଜ ଆଲାମ, ପୋଲିସ ପର୍ଯ୍ୟବେକ୍ଷକ ରୁପିନ୍ଦର ସିଂହ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ରାକେଶ ଦାସ, ରାଜ କମଲ ରଞ୍ଜନ, ଇନ୍ଦନ ଅଶୋକ ପ୍ରମୁଖ ଉପସ୍ଥିତ ଥିଲେ।
ଏଥି ସହିତ ଉକ୍ତ ବୈଠକରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି, ଆରକ୍ଷୀ ଅଧିକ୍ଷକ ନୀତିନ କୁସଳକର, ଆଇଏସ ପ୍ରୋବେସନର ପ୍ରେକ୍ଷା ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା , ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଉପସ୍ଥିତ ଥିଲେ।
ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ମାନେ ପରାମର୍ଶ ଦେଇଥିଲା ବେଳେ ପୋଲିସ ପର୍ଯ୍ୟବେକ୍ଷକ ସମସ୍ତ ନିୟମାବଳୀକୁ ମାନି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ ।
ଏହି ବୈଠକରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ନିର୍ବାଚନ ଖର୍ଚ୍ଚ ପରିଚାଳନା ସମ୍ପର୍କିତ ଆଇନଗତ ବ୍ୟବସ୍ଥା, ନିର୍ଭୁଲ ଓ ଠିକ୍ ସମୟରେ ହିସାବ ଦାଖଲ ଏବଂ ଏହାକୁ ପାଳନ ନକରିବା ଫଳରେ ଉପୁଜୁଥିବା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଖର୍ଚ୍ଚ ବିବରଣୀ ଯାଞ୍ଚ, କ୍ଷେତ୍ର ପରିଦର୍ଶନ, ଭିଡିଓ ସର୍ଭେଲାନ୍ସ ସମେତ ବିଭିନ୍ନ ତଦାରଖ ବ୍ୟବସ୍ଥା ସମ୍ପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା ।
ଏହି ବୈଠକରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ସକ୍ରିୟ ଭାବେ ଆଲୋଚନାରେ ସାମିଲ ହେବାକୁ ଏବଂ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କ ମନରେ କୌଣସି ପ୍ରଶ୍ନ ଉଠାଇବାକୁ ପ୍ରୋତ୍ସାହିତ କରାଯାଇଥିଲା।
ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପର୍ଯ୍ୟବେକ୍ଷକ ମାନେ ପ୍ରଦାନ କରିଥିଲେ ।
ଶେଷରେ କେନ୍ଦୁଝର ଜିଲ୍ଲାରେ ନିର୍ବାଚନ ପରିଚାଳନା ନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀଙ୍କ ସହଯୋଗ କାମନା କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories