www.samajalive.in
Tuesday, December 9, 2025
15.1 C
Bhubaneswar

ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବୀତ ଲାଗି ବିଜେଡିକୁ ଷଷ୍ଠଥର କ୍ଷମତାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଫୁଲବାଣୀ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୁଲବାଣୀଠାରେ ନିର୍ବାଚନ ସଭାରେ ଯୋଗ ଦେଇଛନ୍ତି। କନ୍ଧମାଳ ଷ୍ଟାଡିୟମ ଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜୁ ଜନତା ଦଳକୁ ବିଜୟୀ କରିବା ପାଇଁ ନିବେଦନ କରିଛନ୍ତି। ଗତ ୨୫ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରୀ ରହିଥିବା ସହ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ ପାଇଁ ଷଷ୍ଠ ଥର ପାଇଁ ବିଜେଡିକୁ କ୍ଷମତାକୁ ଆଣିବା ପାଇଁ ନିବେଦନ କରିଥିଲେ। ଏହାସହିତ ବିରୋଧୀଙ୍କୁ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟନ ସମ୍ବୋଧନ ଦେଇ ନବୀନଙ୍କୁ ବିକାଶ ପୁରୁଷ ବୋଲି ଅଭିହିତ କରିଥିଲେ। ବିରୋଧୀ ଦଳ ମାନଙ୍କ ପ୍ରତି କଟାକ୍ଷ କରି ସେମାନେ କେବଳ କଥାରେ କୁହନ୍ତି, ନବୀନ ପଟ୍ଟନାୟକ କାମ କରି ଦେଖାନ୍ତି ବୋଲି କହିଥିଲେ ପାଣ୍ଡିଆନ।  ବିଜେପି ୨୦୧୪ରେ ଦେଇଥିବା କୌଣସି ପ୍ରତିଶୃତି ପାଳନ କରିନାହିଁ ବୋଲି ସେ କହିଥିଲେ। ଏହି ଜନସଭାରେ କନ୍ଧମାଳ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଅଚ୍ୟୁତନନ୍ଦ ସାମନ୍ତଙ୍କ ସହିତ ସମସ୍ତ ସାତଟି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀମାନେ ଯୋଗ ଦେଇ ଭୋଟ ଭିକ୍ଷା କରିଥିଲେ।

- Advertisement -

ମୁଖ୍ୟମନ୍ତ୍ରୀ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଏଠାରେ ପହଞ୍ଚି ଥିଲେ। ବର୍ଷା ସତ୍ତ୍ବେ ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲା ବିଜେଡି ସଭାପତି ଅଙ୍ଗଦ କହଁର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories