www.samajalive.in
Saturday, December 6, 2025
17.1 C
Bhubaneswar

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..

ଅକ୍ଷୟ ତୃତୀୟା ପର୍ବ ଚଳିତ ବର୍ଷ ମେ’୧୦ରେ ପାଳନ କରାଯିବ। ଅକ୍ଷୟ ତୃତୀୟାକୁ ବର୍ଷର ସବୁଠାରୁ ଶୁଭ ତିଥି ଓ ଶୁଭ ମୁହୂର୍ତ୍ତର ପର୍ବ ମଧ୍ୟରୁ ଗୋଟିଏ ବୋଲି ମାନ୍ୟତା ରହିଛି।
ମାନ୍ୟତା ଅନୁଯାୟୀ, ଅକ୍ଷୟ ତୃତୀୟାରେ ସୁନା-ଚାନ୍ଦି ଆଦି ଜିନିଷ କିଣିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି। ମା’ଙ୍କ ଆଶୀର୍ବାଦରୁ ଘରେ ଧନସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..

- Advertisement -

ମାତ୍ର ଅନେକଙ୍କ ପକ୍ଷେ ସୁନା-ଚାନ୍ଦି କିଣିବା କଷ୍ଟସାଧ୍ୟ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୫ଟଙ୍କା ମୂଲ୍ୟରେ ଏପରି ଏକ ଜିନିଷ ରହିଛି, ଯାହାକୁ ଅକ୍ଷୟ ତୃତୀୟା ଦିନ କିଣିବା ଦ୍ୱାରା ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ସହ ଧନ ବୃଦ୍ଧି ହୋଇଥାଏ।
ଅକ୍ଷୟ ତୃତୀୟାରେ ଶୁଭ ମୁହୂର୍ତ୍ତରେ ବଜାରରୁ କିଛି ଗୋଟା ଧନିଆ କିଣି ଆଣନ୍ତୁ।

୫ ଟଙ୍କା ମୂଲ୍ୟରେ ଏହା ବଜାରରେ ମିଳିଯିବ। ଜ୍ୟୋତିଷ ଶାସ୍ତ୍ରରେ ଧନିଆକୁ ସୁଖସମୃଦ୍ଧିର ପ୍ରତୀକ ବୋଲି ବର୍ଣ୍ଣନା କରାଯାଇଛି। ତେଣୁ ଧନତେରସ, ନୂଆ ବର୍ଷ ଓ ଅକ୍ଷୟ ତୃତୀୟାରେ ଶୁଭ ତିଥିରେ ଏହାର ବିଶେଷ ପ୍ରୟୋଗ କରାଯାଏ।

କେଉଁ ଗ୍ରହଙ୍କ ପ୍ରଭାବରେ ଜୀବନରେ ହୁଏ କି କି ସମସ୍ୟା: ସୁଖଶାନ୍ତି ଦୂର ସହ ହୁଏ ଧନହାନୀ..

ଅକ୍ଷୟ ତୃତୀୟାରେ ସନ୍ଧ୍ୟା ସମୟରେ ଧନିଆ ରଖି ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତୁ। ଏହାପରେ ପରଦିନ ସକାଳେ ଏହି ଧନିଆକୁ ଫୁଲ କୁଣ୍ଡ କିମ୍ବା ବଗିଚାରେ ବୁଣନ୍ତୁ। ଏହାଦ୍ୱାରା ଧନ ଲାଭ ହୋଇଥାଏ।

ଅକ୍ଷୟ ତୃତୀୟାରେ କିଣିଥିବା ଧନିଆକୁ ପୂଜା ପରେ ଘରର ଠାକୁର ଘରେ ରଖନ୍ତୁ। ଏହାପରେ ୭ ଦିନ ପରେ ଏହାକୁ ଗାଈଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories