www.samajalive.in
Saturday, December 6, 2025
16.1 C
Bhubaneswar

ଆସୁଛନ୍ତି ପ୍ରଧାନମନ୍ତ୍ରୀ: ରୋଡ୍ ଶୋ ପାଇଁ ଜୋରଦାର ପ୍ରସ୍ତୁତି, ସୁରକ୍ଷା ଦାୟିତ୍ଵରେ ୫୫ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ଵର: ନିର୍ବାଚନୀ ପ୍ରଚାର ପାଇଁ ଆସନ୍ତା ୧୦ ତାରିଖରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଷ୍ଟରକାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟ ୧ ଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କର ରୋଡ୍ ଶୋ କାର୍ଯ୍ୟକ୍ରମ ଚାଲିବ। ଏହି ସମୟରେ ନୋ ଫ୍ଲାଇଂ ଜୋନ୍ କରାଯିବ। ବମ୍ ସ୍କ୍ଵାର୍ଡ ଏବଂ ଡଗ୍ ସ୍କ୍ଵାର୍ଡ ମୁତୟନ ରହିବେ। ୫ ଡେପୁଟି କମିଶନର , ୧୦ ଅତିରିକ୍ତ ଡେପୁଟି କମିଶନର, ୨୭ ଏସିପି, ୪୧ ଇନ୍ସପେକ୍ଟର , ୫୫ ପ୍ଲାଟୁନ୍ ଫୋର୍ସ ଏବଂ ୩ଟି ଆଣ୍ଟି ଟେରର ଫୋର୍ସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ। ପରିବହନ ବିଭାଗ , ସ୍ଵାସ୍ଥ୍ୟ ବିଭାଗ ଏବଂ ବିଏମସିର ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏବେ ଜନପଥରେ ବାରିକେଡ୍ ବନ୍ଧା ଯାଉଛି। ରୋଡ୍ ଶୋ ସମୟରେ ଟ୍ରାଫିକ୍ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ତେଣୁ ଟ୍ରାଫିକ ପରିଚାଳନା ଉପରେ ପୁଲିସ୍ ସ୍ଵତନ୍ତ୍ର ଦୃଷ୍ଟି ଦେଉଛି। ମୋଦିଙ୍କ ରୋଡ୍ ଶୋ ପାଇଁ ଆଜି  ବିମାନରେ ୪ଟି ସ୍ଵତନ୍ତ୍ର କାର୍ ଆସିବ। ଏସବୁ ଗାଡି ଗୁଡିକ ବୁଲେଟ୍ ପ୍ରୁଫ୍ ବୋଲି ସୂଚନା ରହିଛି। ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ଏଗୁଡିକୁ ରିଜର୍ଭ ପୁଲିସ୍ ବାରାକକୁ ନିଆଯିବ। ସେଠାରେ ଗାଡି ଗୁଡିକ କମିଶନରେଟ୍ ପୁଲିସ୍ ଦାୟିତ୍ଵରେ ରହିବ। ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପୂର୍ବରୁ ଏସବୁ ଗାଡି ସେଠାରେ ପହଞ୍ଚିବାର ସୂଚନା ରହିଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories