www.samajalive.in
Saturday, December 6, 2025
19.1 C
Bhubaneswar

ସ୍ତ୍ରୀ, ଝିଅକୁ ଗୁଳି କରି ସ୍ଵାମୀର ଆତ୍ମହତ୍ୟା!

ଲଖନପୁର : ଝାରସୁଗୁଡାରେ ଟ୍ରିପଲ ମର୍ଡର। ଲଖନପୁର ଥାନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ବାଣ୍ଡିପାହାଡ଼ ମିନି ଷ୍ଟାଡିୟମ ଭିତରୁ ଏକ କାରରୁ ପୁଲିସ୍ ଗୋଟିଏ ପରିବାରର ବାପା , ମାଆ ଏବଂ ଝିଅର ମୃତଦେହ ଉଦ୍ଧାର କରିଛି। ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା ଅର୍ନ୍ତଗତ କାଳୀନଗର ଅଞ୍ଚଳର ସୁଜିତ ରାଏ, ତାଙ୍କ ପତ୍ନୀ ଖୁଶୁବୁ ରାଏ ଓ ଝିଅ ଅର୍ପିତା ରାଏ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନାହିଁ। କିନ୍ତୁ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସୁଜିତ କୌଣସି କଥାକୁ ନେଇ ପ୍ରଥମେ ତାଙ୍କ ପତ୍ନୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ସେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ପୁଲିସ କାର ଭିତରୁ ୩ ଜଣଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ମୃତ ସୁଜିତ ଝାରସୁଗୁଡ଼ା ସ୍ଥିତ ଏକ ଘରୋଇ କମ୍ପାନୀରେ ଜଣେ କର୍ମଚାରୀ ଥିବା ଜଣାପଡ଼ିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories