www.samajalive.in
Tuesday, December 9, 2025
16.1 C
Bhubaneswar

ଫୁଲବାଣୀ ନାରାୟଣୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ

ଫୁଲବାଣୀ: କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀ ଠାରେ ପ୍ରତି ଦୁଇ ବର୍ଷ ଅନ୍ତରରେ ଅନୁଷ୍ଠିତ ହେଉଥିବା ମା’ ନାରାୟଣୀ ଯାତ୍ରା ମେ ୧୦ ତାରିଖ ଠାରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ବହୁ ଜାକ ଜକମରେ ଅନୁଷ୍ଠିତ ହେବ। ଏଥି ପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସାଧାରଣ ଜନତାଙ୍କ ସହଯୋଗରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ମଙ୍ଗଳବାର ଫୁଲବାଣୀକୁ ବିଜେଡ଼ି ଦଳର ଏକ ନିର୍ବାଚନି ପ୍ରଚାରକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷ୍ଟାଡ଼ିୟମ୍ ଠାରେ ଯାତ୍ରା ପରିଚାଳନା କମିଟିର ସଭାପତି ପି.ସୁଧାଂଶୁ ସେନାପତି ଓ ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ମିଳିତ ଭାବେ ଫୁଲବାଣୀ ନାରାୟଣୀ ଯାତ୍ରାରେ ସାମିଲ୍ ହେବା ପାଇଁ ନିମନ୍ତ୍ରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ ଗ୍ରହଣ କରିବା ସହିତ ନାରାୟଣୀ ଯାତ୍ରାର ଏକ ସ୍ମୃତି ଫଳକ ମଧ୍ୟ ଗ୍ରହଣ କରିଥିଲେ। ଏଥି ସହିତ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଯାତ୍ରା ପାଇଁ ନିମନ୍ତ୍ରଣ କରାଯିବା ସହିତ ସ୍ମୃତି ଫଳକ ପ୍ରଦାନ କରାଯାଇଛି। ଉଭୟ ନିମନ୍ତ୍ରଣ ପାଇବାପରେ ଆନନ୍ଦ ପ୍ରକାଶ କରିବା ସହିତ ସଫଳତା କାମନା କରିଥିଲେ।

- Advertisement -

ପ୍ରତି ଦୁଇ ବର୍ଷ ଅନ୍ତରରେ ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ତଥା ହନୁମାନ ଜୟନ୍ତ୍ରୀରେ ମା ନାରାୟଣୀ ଠାକୁରାରୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଥାଏ ଓ ଅକ୍ଷୟ ତୃତୀୟ ଅବସରରେ ଯାତ୍ରା ଆରମ୍ଭ ହୋଇଥାଏ। ବୁଧବାର ଦିନରେ ପାର୍ଶ୍ବଦେବୀ ମା’ ବରାଳଦେବୀ , ମା’ ବ୍ୟାଘ୍ରଦେବୀ , ମା ବ୍ରାହ୍ମଣଦେବୀ ଓ ମା’ ଗ୍ରାମ୍ୟଦେବୀଙ୍କୁ ପଟୁଆରରେ ଆମନ୍ତ୍ରଣ କରାଯିବ ଓ ରାତ୍ରରେ ଏକ ବିରାଟ ପଟୁଆରରେ ଯାଇ ପାରମ୍ପରିକ ପୂଜା ପଦ୍ଧତି ପରେ ମା’ ନାରାୟଣୀଙ୍କୁ ଆମନ୍ତ୍ରଣ କରାଯିବ। ଏଥିରେ ହଜାର ହଜାର ସଂଖ୍ୟରେ ଭକ୍ତ , ଦର୍ଶକ ଓ ଅଞ୍ଚଳବାସୀ ସାମିଲ୍ ହୋଇଥାନ୍ତି। ଚଳିତ ବର୍ଷ ଫୁଲବାଣୀ ନାରାୟଣୀ ଯାତ୍ରାର ସଫଳତା ପାଇଁ ଇତି ମଧ୍ୟରେ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories