www.samajalive.in
Thursday, December 11, 2025
16.1 C
Bhubaneswar

ଅଙ୍ଗନବାଡିକେନ୍ଦ୍ର ବନ୍ଦ ସହ ଶୁଖିଲା ଖାଦ୍ୟ ବଣ୍ଟନ ଦାବି

କେନ୍ଦୁଝରଗଡ଼: ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି। ଏଭଳିସ୍ଥିତିରେ ଅଙ୍ଗନବାଡିକେନ୍ଦ୍ରକୁ ଖୋଲା ରଖାଯାଇଥିବାରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କୋମଳମତି ଶିଶୁମାନଙ୍କୁ ଅଭିଭାବକ ଅଙ୍ଗନବାଡିକେନ୍ଦ୍ରକୁ ପଠାଇବାକୁ ରାଜି ହେଉନାହାନ୍ତିି। ଯେଉଁ କେତେଜଣ ଆସୁଛନ୍ତି ସକାଳ ୮ଟାରେ ଗରମ ରନ୍ଧା ଖାଦ୍ୟ ମଧ୍ୟ ଖାଇ ପାରୁନାହାନ୍ତି। ଯେଉଁ କେତେକ ପିଲା ରନ୍ଧା ଖାଦ୍ୟ ଖାଉଛନ୍ତି ସେମାନଙ୍କ ଦେହ ଖରାପ ହେବାସହ ବାନ୍ତି କରୁଛନ୍ତି। ଅଭିଭାବକ ସକାଳ ୬ଟାରୁ ମଧ୍ୟ ପିଲାମାନଙ୍କୁ କେନ୍ଦ୍ରକୁ ପଠାଇବାକୁ ରାଜି ହେଉନାହାନ୍ତି।

ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅଭିଭାବକଙ୍କ ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡିକେନ୍ଦ୍ରକୁ ତୁରନ୍ତ ବନ୍ଦ ଘୋଷଣା ସହ ପିଲାମାନଙ୍କୁ ରନ୍ଧା ଖାଦ୍ୟ ପରିବର୍ତ୍ତେ ସୁଷମ ଶୁଖିଲା ଖାଦ୍ୟ ବଣ୍ଟନ ପ୍ରଦାନ ନିମନ୍ତେ ଅଲ୍‌‌ ଓଡିଶା ଅଙ୍ଗନବାଡି ଲେଡିଜ୍‌‌ ୱାର୍କସ ଆସୋସିଏସନ କେନ୍ଦୁଝର ଶାଖା ପକ୍ଷରୁ ଗୁରୁବାର ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଅଲ୍‌‌ ଓଡିଶା ଅଙ୍ଗନବାଡି ଲେଡିଜ୍‌‌ ୱାର୍କସ ଆସୋସିଏସନ କେନ୍ଦୁଝର ଶାଖା ସଭାପତି ଚନ୍ଦ୍ରମଣି ବାରିକ, ସମ୍ପାଦିକା କାମିନୀ ଦେହୁରୀ ଓ ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି ଡାକ୍ତର ମହାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଜିଲାପାଳଙ୍କୁ ଭେଟି ଉପରୋକ୍ତ ଦାବି ଜଣାଇବା ସହ ଯୋଡା ସହରାଞ୍ଚଳ ଟଲକହାଟିଂ ଅଙ୍ଗନବାଡିକେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡିକର୍ମୀଙ୍କୁ ଦୀର୍ଘ ୧୧ମାସ ଧରି ବେତନ ମିଳିନଥିବାରୁ ତୁରନ୍ତ ବେତନ ପ୍ରଦାନ ନିମନ୍ତେ ସଂଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories