www.samajalive.in
Friday, December 12, 2025
27.1 C
Bhubaneswar

ପାନୀୟ ଜଳ ସମସ୍ୟା ପାଇଁ ସରପଞ୍ଚଙ୍କୁ ଘେରିଲେ ମହିଳା

ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ଥାନାପଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ପାଇଁ ସରପଞ୍ଚଙ୍କୁ ଘେରିଲେ ଗ୍ରାମର ମହିଳା। ଥାନାପଡ଼ା ଗ୍ରାମରେ ଦୀର୍ଘ ବର୍ଷ ହେଲା ଗ୍ରୀଷ୍ମ ଋତୁ ସମୟରେ ପାନୀୟ ଜଳ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଦାବୀ ପରେ କୌଣସି ସୁଫଳ ନମିଳିବାରୁ ଆଜି ବାଉଁଶୁଣି ସରପଞ୍ଚଙ୍କୁ ମହିଳାମାନେ ଘେରିବା ସହ ମେଗା ପ୍ରକଳ୍ପ ଶୀଘ୍ର ଚଳେଇବା ସହ ପାଣି ଯୋଗାଇଦେବାକୁ ଦାବୀ କରିଥିଲେ।

ଯଦି ପାଣି ଯୋଗାଇ ଦିଆନଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଥିଲେ। ବାଉଁଶୁଣି ସରପଞ୍ଚ ଅଇଁଠୁ ମହାଲିକ୍ ଟ୍ୟାଙ୍କର୍ ଯୋଗେ ପାଣି ଯୋଗାଇ ଦେବା ପାଇଁ କହିଥିଲେ ମଧ୍ୟ ମହିଳା ମାନେ ମେଗା ପ୍ରକଳ୍ପରୁ ପାଣି ଯୋଗାଇ ଦେବା ପାଇଁ ଜିଦ୍ ଧରିଥିଲେ। ପ୍ରଶାସନ ସହ ଆଲୋଚନା କରି ଶୀଘ୍ର କିଭଳି ସୁବିଧାରେ ପାଣି ପାଇ ପାରିବେ ତାହାର ବୋନ୍ଦୋବସ୍ତ କରାଯିବ ବୋଲି ପ୍ରତଶ୍ରୁତି ମିଳିବା ପରେ ମହିଳାମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories