mission shakti banner

ଆସିଲା ନୂଆ ମାରୁତି ସ୍ବିଫ୍ଟ: ରହିଛି ଅନେକ ଫିଚର୍ସ, ଜାଣନ୍ତୁ ଦାମ୍

BSKY banner  750×100

ନୂଆଦିଲ୍ଲୀ : ମାରୁତି ସୁଜୁକି ନୂଆ ଜେନେରେସନ ସ୍ବିଫ୍ଟ ହାଚବ୍ୟାକ୍ ଭାରତରେ ଲଞ୍ଚ୍ କରିଦେଇଛି । ନୂଆ ସ୍ବିଫ୍ଟକୁ ଏଲଏକ୍ସଆଇ, ଭିଏକ୍ସଆଇ, ଭିଏକ୍ସଆଇ(ଓ), ଜେଡଏକ୍ସଆଇ ଏବଂ ଜେଡଏକ୍ସଆଇ ପ୍ଲସ୍ ୫ଟି ଭେରିଏଣ୍ଟରେ ଉପଲବ୍ଧ କରିଛି କମ୍ପାନୀ । ଏହାର ଦାମ୍ ୬.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୯.୬୪ ଲକ୍ଷ ଟଙ୍କା (ଏକ୍ସ ଶୋରୁମ୍) ପର୍ଯ୍ୟନ୍ତ ଯାଇଥାଏ । ନୂଆ ସ୍ବିଫ୍ଟ ପୂର୍ବ ଅପେକ୍ଷା ପ୍ରାୟ ୨୫ ହଜାର ଟଙ୍କା ମହଙ୍ଗା ହୋଇଯାଇଛି ।

ଡିଜାଇନ୍, ଇଣ୍ଟିରିୟର ଏବଂ ଇଞ୍ଜିନ ମାମଲାରେ ନୂଆ ସ୍ବିଫ୍ଟ ପୂର୍ବ ଅପେକ୍ଷା ବହୁତ ବଦଳିଯାଇଛି । ନୂଆ ସ୍ବିଫ୍ଟରେ ସୁଜୁକିର ନୂଆ ୧.୨ ଲିଟର ଜେଡ୍ ସିରିଜ ପେଟ୍ରୋଲ ଇଞ୍ଜିନ୍ ଲାଗିଛି ଯାହା ମାଇଲ୍ଡ ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ଆସିଥାଏ । ଏହି ଇଞ୍ଜିନ୍ ୫ ସ୍ପିଡ୍ ମାନୁଆଲ୍ ଏବଂ ଏଏମଟି ଗିୟରବକ୍ସ ବିକଳ୍ପ ସହିତ ଆସିଥାଏ । ଏହା ୮୨ ପିଏସ୍ ପାଓ୍ବର ଏବଂ ୧୧୨ ଏନଏମ୍ ଟର୍କ ଦେଇଥାଏ ।

ନୂଆ ସ୍ବିଫ୍ଟ ସହିତ ଉତ୍ତମ ମାଇଲେଜ୍ ପ୍ରଦାନ କରିବ ବୋଲି କହିଛି କମ୍ପାନୀ । ମାନୁଆଲ୍ ଗିୟରବକ୍ସ ଭେରିଏଣ୍ଟ୍ସ ୨୪.୮ କିଲୋମିଟର ପ୍ରତି ଲିଟର ଏବଂ ଏଏମଟି ୨୫.୭୨ କିଲୋମିଟର ପ୍ରତି ଲିଟର ମାଇଲେଜ୍ ଦେବ । କମ୍ପାନୀ କହିଛି କି ଏଏମଟି ମଡେଲରେ ମାଇଲେଜରେ ୧୦ ପ୍ରତିଶତ ଏବଂ ମାନୁଆଲରେ ୧୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ନୂଆ ସ୍ବିଫ୍ଟ ୬ଟି କଲର ସିଜଲିଂ ରେଡ୍, ଲଷ୍ଟର ବ୍ଲୁ, ନଭେଲ୍ ଅରେଞ୍ଜ, ମାଗ୍ମା ଗ୍ରେ, ସ୍ପ୍ଲେଣ୍ଡିଡ୍ ସିଲଭର ଏବଂ ପର୍ଲ ଆର୍କଟିକ୍ ହ୍ବାଇଟରେ ଉପଲବ୍ଧ ହେବ । ଏହା ବ୍ୟତୀତ ୩ ଡୁଆଲ ଟୋନ୍ ବିକଳ୍ପ ମଧ୍ୟ ରହିଛି । କମ୍ପାନୀକୁ ଏହାର ପ୍ରାୟ ୧୦ ହଜାର ବୁକିଂ ମିଳିସାରିଛି ।

Comments are closed.