www.samajalive.in
Sunday, December 7, 2025
26.1 C
Bhubaneswar

ଦାଗ, ବ୍ରଣ ବିରାଟ ସମସ୍ୟା ପାଲଟିଛି କି?

ଦାଗ, ବ୍ରଣ ସଭିଁଙ୍କ ପାଇଁ ମଧ୍ୟ ବିରାଟ ସମସ୍ୟା ପାଲଟିଛି। ନିଜ ପାଇଁ ସ୍ୱଳ୍ପ ସମୟ ଦେଇ ଆପଣ ସାଧାରଣ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ତାହା କ’ଣ..

ପୁଦିନା ପତ୍ରରେ ଭିଟାମିନ ସି ଓ ଆଇରନ ରହିଛି। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଏହା ମୁହଁର କଳାଦାଗ ଦୂର କରିବା ସହ ମୁହଁ ପାଇଁ କ୍ଷତିକାରକ ହୋଇନଥାଏ। ତେଣୁ ପୁଦିନା ପତ୍ରର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁହଁରେ ଲଗାନ୍ତୁ।
ପୁଦିନା ପତ୍ରରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟାକ୍ଟେରିଅଲ ଗୁଣ ରହିଛି। ତେଣୁ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ସମସ୍ତ କ୍ଷତିକାରକ ପଦାର୍ଥ ବାହାର କରିଦେଇଥାଏ। ଫଳରେ ମୁହଁର ସୁନ୍ଦରତା ବଜାୟ ରହିଥାଏ।

- Advertisement -

ପୁଦିନାପତ୍ରରେ ଆଣ୍ଟିସେଫଟିକ ଗୁଣ ରହିଛି। ଯାହା ଫଳରେ ଏହା ମୁହଁର ମୃତକୋଷିକା ଗୁଡ଼ିକୁ ଦୂର କରିଥାଏ। ଫଳରେ ମୁହଁର ଚମକ ବଢିଥାଏ।
ମୁହଁରେ କୌଣସି ପ୍ରକାରର ଦାଗ ହୋଇଥିଲେ କିମ୍ବା କୁଣ୍ଡାଇ ହେଲେ ପୁଦିନା ପତ୍ର ଏହି ସମସ୍ୟା ଦୂର କରିଥାଏ।

କଦଳୀକୁ ଚକଟି ଏଥିରେ କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।
ବେସନରେ କ୍ଷୀର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।

ବିକ୍ରି ହେଉଛି ନକଲି ମସଲା ; ଏକଦମ୍ ସହଜ, ଏମିତି ଜାଣନ୍ତୁ ମସଲା ଅସଲି କି ନକଲି..

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories