www.samajalive.in
Friday, December 12, 2025
14.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ମୋପେଡ଼୍‌ ଆରୋହୀ ମୃତ

ପାତ୍ରପୁର: ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡିଠାରୁ ବାଘଲଟି ଡ୍ୟାମ୍ ଯିବା ରାସ୍ତାରେ ମଙ୍ଗଳବାର ଟ୍ରାକ୍ଟର ଧକ୍କାରେ ଜଣେ ମୋପେଡ଼୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ମନ୍ଦରଡ଼ା ପଞ୍ଚାୟତ ତିନି ଘରିଆ ଗ୍ରାମର ଦୁର୍ଲଭ ସେଠୀ(୬୩)। ଦୁର୍ଲଭ ନିଜ ଦୋକାନ ପାଇଁ ସଉଦା ଆଣିବାକୁ ଗ୍ରାମରୁ ଏକ ମୋପେଡ୍‌ ଯୋଗେ ଖାରିଆଗୁଡା ଆସୁଥିବାବେଳେ ପୋଇ ଚାନ୍ଦିଆ କୁଆରୀରୁ ପଥର ବୋଝେଇ କରି ଆସୁଥିବା ଏକ ଟ୍ରାକ୍ଟର ଦୋକି ସନ୍ନ୍ୟାସୀ ମହାବିଦ୍ୟାଳୟ ନିକଟରେ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଖାରିଆଗୁଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଜରଡା ଥାନା ପୁଲିସ ଆସି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଗତ ବର୍ଷ ତାଙ୍କ ପୁଅର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବାବେଳେ ଏବେ ବାପର ଦୁର୍ଘଟଣାରେ ମୃତ୍ୟୁ ଫଳରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories