www.samajalive.in
Friday, December 12, 2025
14.1 C
Bhubaneswar

ଧାନ କ୍ଷେତକୁ ଯାତାୟତ ପାଇଁ କଲଭର୍ଟ ନିର୍ମାଣ ପାଇଁ ମହିଳା ମହାସଂଘର ଧାରଣା ଚେତାବନୀ

ଧାମରା: ଧାମରା ନିକଟସ୍ଥ ଜାଗୁଳା ପଂଚାୟତ ପାଇକ ସାହିଠାରେ ଏକ କଲଭର୍ଟ ନିର୍ମାଣ ନ ହେବାରୁ ଶହ ଶହ ଏକର ଚାଷ ଜମିରେ ଏପର୍ଯ୍ୟନ୍ତ ଧାନ କଟାଯାଇ ପାରୁନାହିଁ। ଏମିତି ଏକ ଅଭିଯୋଗ ଆସିଛି ଜାଗୁଳା ପଂଚାୟତ ସାଗରବେଳା ମହିଳା ମହାସଂଘ ତରଫରୁ। ପ୍ରାପ୍ତ ଖବର ଅନୁଯାୟୀ, ଜାଗୁଳା ପଂଚାୟତ ପାଇକ ସାହିଠାରେ ଥିବା ଏକ ନାଳର ପୂର୍ବ ପାର୍ଶ୍ବରେ ଶହ ଶହ ଏକର ଚାଷଜମି ଅଛି। ଏହି ଚାଷ ଜମିକୁ ଯାତାୟତ କରିବା ପାଇଁ କୌଣସି କଲଭର୍ଟ ନ ଥିବାରୁ ବହୁ ଚାଷୀ ଅସୁବିଧାର ସମ୍ମୁଖୀନ ହୋଇ ଚାଷ କରିଥିଲେ। ଧାନ ଅମଳ ସମୟରେ ଏହି ଚାଷୀମାନେ ଧାନ କାଟି ଅମଳ କରିବାକୁ ନିଜ ଖଳାକୁ ଆଣିବା ସମ୍ଭବପର ହୋଇପାରୁ ନଥିବାବେଳେ ଏହି ସମସ୍ୟା ନେଇ ଜାଗୁଳା ସାଗରବେଳା ମହିଳା ମହାସଂଘ ଭଦ୍ରକ ଜିଲାପାଳ, ଜଳ ନିଷ୍କାସନ ବିଭାଗ, ଚାନ୍ଦବାଲି ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛି। ଏହି ସମସ୍ୟାର ସମାଧାନ ନହେଲେ ସଂପୃକ୍ତ ମହିଳା ମହସଂଘ ଧାମରା-ଜାମୁଝାଡ଼ି ରାସ୍ତାକୁ ୨୫ତାରିଖ ଦିନ ଅବରୋଧ କରିବେ ବୋଲି ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର କେନ୍ଦ୍ର ସରକାରଙ୍କ ଏକ ୨ଜଣିଆ ଟିମ୍ ଦାନା ବାତ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଧାମରା ଆସୁଥିବାରୁ ଜିଲାପ୍ରଶାସନ ସଂପୃକ୍ତ ମହିଳା ମହାସଂଘର ଏପରି ଚରମ ନିଷ୍ପତ୍ତିରୁ କ୍ଷାନ୍ତ ରହିବା ପାଇଁ କହିବା ସହ ତୁରନ୍ତ ଏହି କଲଭର୍ଟ କାର୍ଯ୍ୟ କରିବେ ବୋଲି ମୌଖିକ ପ୍ରତିଶ୍ରୁତି ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସାଗରବେଳା ମହିଳା ମହାସଂଘ ନିଜ ନିଷ୍ପତ୍ତିରୁ ଓହରି ଯାଇଥିବାବେଳେ ଡିସେମ୍ବର ୧୫ ତାରିଖ ମଧ୍ୟରେ ଯଦି ଏହି କଲଭର୍ଟ ନିର୍ମାଣ କରା ନଯାଏ ପୁନଶ୍ଚ ସେମାନେ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିବେ ଏବଂ ଯେଉଁ ଚାଷୀମାନଙ୍କର ଧାନ ବିଲରେ ପଡ଼ି ନଷ୍ଟ ହେଉଛି ସେମାନଙ୍କୁ କ୍ଷତିପୂରଣ ଦେବାକୁ ସରକାର ବାଧ୍ୟ ହେବେ ନଚେତ ଏହାର ପରିଣାମ ପାଇଁ ଭଦ୍ରକ ଜିଲାପାଳ ଦାୟୀ ରହିବେ ବୋଲି ମହିଳା ମହାସଂଘର ସଭାନେତ୍ରୀ ଏବଂ ସଂପାଦିକା ଚେତାବନୀ ଦେଇଛନ୍ତି।

 

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories