www.samajalive.in
Saturday, December 6, 2025
17.1 C
Bhubaneswar

୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ

ଭୁବନେଶ୍ୱର : ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ମହିଳା ଦିବସରେ ୨ୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । କେହି ଆବେଦନ ପାଇଁ ଭିଡ ଜମାଇବା ଦରକାର ନାହିଁ । ଏଯାଏଁ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି। ୧ କୋଟି ୪୬ ଲକ୍ଷ ଏଯାବତ ପଞ୍ଜିକରଣ କରି ସାରିଛନ୍ତି ।
ବଣ୍ଡା ଘାଟିରେ ‘ସୁଭଦ୍ରା’ ଅପହଞ୍ଚ ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଅଧିକ ଟଙ୍କା ପାଇ ସାରିଛନ୍ତି । ଆବେଦନ ସମସ୍ୟା ନେଇ ଅନ୍ୟମାନେ ପାଇବା ବିଳମ୍ବ ହୋଇଛି। ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ । ଯାହା ସମସ୍ୟା ରହିଛି, ତାହାକୁ ସରକାରୀ ଅଧିକାରୀ ଦୂର କରିବେ ।

ଶୁକ୍ର ଚଳନ; ନୂଆ ବର୍ଷରେ ଏହି ୫ ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ନୂଆ ଚାକିରି, ଚମକିବ ଭାଗ୍ୟ..

ବାସ୍ତୁ: କେମିତି ଜାଣିବେ ଘରେ ଅଛି ନକରାତ୍ମକ ଶକ୍ତି, ଚୁଟ୍‌କିରେ କରନ୍ତୁ ସମସ୍ୟାର ସମାଧାନ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories