ଏକାସଙ୍ଗେ ୩ ପୁରୀ ଖାଇ ଚାଲିଗଲା ୧୧ ବର୍ଷୀୟ ଛାତ୍ରର ଜୀବନ
ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରେ ଅଭାବନୀୟ ଘଟଣା ଘଟିଛି। ଏକାଥରକେ ୩ଟି ପୁରୀ ଖାଇ ଚାଲିଯାଇଛି ୧୧ ବର୍ଷୀୟ ଛାତ୍ରର ଜୀବନ। ସୂଚନା ଅନୁସାରେ ସୋମବାର ଦିନ ହାଇଦ୍ରାବାଦର ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣେ ୧୧ ବର୍ଷର ଛାତ୍ର ଏକାଥରେ ତିନିରୁ ଅଧିକ ପୁରୀ ଖାଇଦେଇଥିଲେ। ଏହାପରେ ଛାତ୍ର ଜଣକ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତୁରନ୍ତ ସ୍କୁଲ କର୍ତ୍ତୁପକ୍ଷ ଛାତ୍ରଟିକୁ ନିକଟସ୍ଥ ମେଡିକାଲକୁ ନେଇଥିଲେ। ହେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.