ଆରମ୍ଭ ହେଲାଣି ଶୀତ, ଆଗାମୀ ଦିନରେ ବଢିବ ଥଣ୍ଡାର ପ୍ରକୋପ!
ନୂଆଦିଲ୍ଲୀ : ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଥଣ୍ଡାର ପ୍ରକୋପ ଆରମ୍ଭ ହୋଇ ସାରିଛି । ସକାଳ ଓ ସନ୍ଧ୍ୟାରେ ଧିରେ ଧିରେ ତାପମାତ୍ରା ହ୍ରାସ ହୋଇ ଥଣ୍ଡା ଅନୁଭୂତ ହେଉଛି । ରାତି ତାପମାତ୍ରା ମଧ୍ୟ ହ୍ରାସ ପାଉଛି । ଏହି ସମୟରେ ଦିଲ୍ଲୀରେ ଯେଭଳି ଥଣ୍ଡା ଅନୁଭୂତ ହୁଏ ସେପରି ମଧ୍ୟ ଆରମ୍ଭ ହୋଇ ନାହିଁ । ମାତ୍ର ବାୟୁ ପ୍ରଦୂଷଣ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବା ଅସମ୍ଭବ ହୋଇପଡିଛି । ଏହା ମଧ୍ୟରେ ଗତ ୨ ଦିନରେ ପାହାଡି ରାଜ୍ୟରେ ବରଫ ବର୍ଷା ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଥଣ୍ଡାର ପ୍ରକୋପ ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି । ଦିଲ୍ଲୀରେ ହାଲୁକା ଓ ମଧ୍ୟମ ଧରଣର କୁହୁଡି ଦେଖାଯାଇଥିବା ବେଳେ ୨୭ ନଭେମ୍ବରରୁ ୧ ଡିସେମ୍ବର ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୨୫ ଓ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ହେବ । ୨୮ ଓ ୨୯ ତାରିଖରେ କୁହୁଡି ପାଇଁ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ସମେତ ୧୦ ରାଜ୍ୟରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି ।
ସେହିପରି ପଞ୍ଜାବ ଓ ହରିୟାଣାରେ ମଧ୍ୟ ଶୀତ ଅନୁଭୂତ ହେଲାଣି । ପାଣିପାଗ ବିଭାଗ ଅନୁଯାୟୀ, ୨୭, ୨୮ ଓ ୨୯ ନଭେମ୍ବର ସକାଳେ କୁହୁଡି ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ଶୁକ୍ର ଚଳନ; ନୂଆ ବର୍ଷରେ ଏହି ୫ ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍ ଧନ, ନୂଆ ଚାକିରି, ଚମକିବ ଭାଗ୍ୟ..
ଆସୁଛି ବାତ୍ୟା ‘ଫେଙ୍ଗାଲ୍’; ଏହି ଜିଲାରେ ହେବ ବର୍ଷା, ବହିବ ଏତିକି ବେଗରେ ପବନ!
Comments are closed.