ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରିବା ପାଇଁ ସହଜ ଓ ସରଳ ଉପାୟ..
ମୁହଁର ସୁନ୍ଦରତାକୁ ଦ୍ୱିଗୁଣିତ କରିବା ପାଇଁ ସହଜ ଓ ସରଳ ଉପାୟ..
ଗ୍ରୀନ ଟି ପ୍ୟାକ୍ –
ପେଷା ହୋଇଥିବା ଗ୍ରୀନ ଟିରେ ଅଳ୍ପ ପାଣି ମିଶାଇ ତୁଳାର ବ୍ୟବହାର କରି ଏହି ପେଷ୍ଟକୁ ରାତି ଯାକ ମୁହଁରେ ଲଗାଇ ରଖନ୍ତୁ। ସକାଳେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ।
ଏଲୋବେରା ଜେଲ୍ –
ରାତିରେ ଶୋଇବା ସମୟରେ ମୁହଁକୁ ଭଲ ଭାବେ ଧୋଇ ପୋଛିବା ପରେ ଏଲୋବେରା ଜେଲ୍ ଲଗାନ୍ତୁ। ଏହାପରେ ସକାଳେ ମୁହଁ ଧୋଇ ଦିଅନ୍ତୁ। ନିୟମିତ ଏହାକୁ ବ୍ୟବହାର କଲେ ମୁହଁର ସମସ୍ତ ଦାଗ ଦୂର ହେବା ସହ ଗୋରା ଓ ଉଜ୍ଜ୍ୱଳ ହୋଇଥାଏ।
ପୁଦିନା ପତ୍ରରେ ଭିଟାମିନ ସି ଓ ଆଇରନ ରହିଛି। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଏହା ମୁହଁର କଳାଦାଗ ଦୂର କରିବା ସହ ମୁହଁ ପାଇଁ କ୍ଷତିକାରକ ହୋଇନଥାଏ। ତେଣୁ ପୁଦିନା ପତ୍ରର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁହଁରେ ଲଗାନ୍ତୁ।
କଦଳୀକୁ ଚକଟି ଏଥିରେ କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।
Comments are closed.