www.samajalive.in
Friday, December 12, 2025
26.1 C
Bhubaneswar

ଘୁଞ୍ଚିଲା ଚାର୍ଟାଡ଼ ଆକାଉଣ୍ଟାଣ୍ଟ ୨୦୨୪ ଫାଉଣ୍ଡେସନ ପରୀକ୍ଷା ତାରିଖ, ଦେଖନ୍ତୁ ନୂଆ କାର୍ଯ୍ୟସୂଚୀ

ଡେସ୍କ: ୨୦୨୫ ଜାନୁଆରୀ ମାସରେ ହେବାକୁ ଥିବା ଚାର୍ଟାଡ଼ ଆକାଉଣ୍ଟାଣ୍ଟ ୨୦୨୪ ଫାଉଣ୍ଡେସନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ସାରା ଦେଶରେ ମକର ସଂକ୍ରାନ୍ତି, ବିହୁ ଓ ପୋଙ୍ଗଲ ପର୍ବକୁ ଦୃଷ୍ଟିରେ ରଖି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଜାନୁଆରି ୨୦୨୫ ଫାଉଣ୍ଡେସନ୍ ପରୀକ୍ଷାକୁ ସ୍ଥଗିତ ରଖିଛି। ଏହି ପରୀକ୍ଷା ଜାନୁଆରୀ ୧୪ରେ ହେବାକୁ ଥିବା ବେଳେ ଏବେ ଜାନୁଆରୀ ୧୬ରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ icai.orgରୁ ପରୀକ୍ଷା କାର୍ଯ୍ୟସୂଚୀ ଡାଉନଲୋଡ୍ କରିପାରିବେ।

ଭାରତରେ ମକର ସଂକ୍ରାନ୍ତି/ବିହୁ/ପୋଙ୍ଗଲ ପର୍ବକୁ ଦୃଷ୍ଟିରେ ରଖି ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଉଣ୍ଡେସନ ପରୀକ୍ଷା, ଜାନୁଆରୀ – ୨୦୨୫ରେ ୧୪ ଜାନୁଆରୀ ୨୦୨୫ ପରୀକ୍ଷାକୁ ୧୬ ଜାନୁଆରୀ ୨୦୨୫କୁ ଘୁଞ୍ଚାଇ ଦିଆଯାଇଛି ବୋଲି ଘୋଷଣା କରାଯାଇଛି।

- Advertisement -

ପରୀକ୍ଷା ସୂଚୀ ଅନୁଯାୟୀ ୨୦୨୫ ଜାନୁଆରୀ ୧୨, ୧୬, ୧୮ ଓ ୨୦ ତାରିଖରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଫାଉଣ୍ଡେସନ୍ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆଡମିଟ୍ କାର୍ଡ ଠିକ୍ ସମୟରେ ଅପଲୋଡ୍ କରାଯିବ। ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ ଘୋଷଣା କରି ବୋର୍ଡ କହିଛି ଯେ ଜାନୁଆରୀ ୨୦୨୫ରେ ହେବାକୁ ଥିବା ସିଏ ଇଣ୍ଟର ପରୀକ୍ଷା ପାଇଁ ଯୋଜନାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଇଣ୍ଟର ଜାନୁଆରୀ ୨୦୨୫ ପରୀକ୍ଷା କାର୍ଯ୍ୟସୂଚୀ
ସିଏ ଜାନୁଆରୀ ୨୦୨୫ ଇଣ୍ଟରମିଡିଏଟ୍ ପାଠ୍ୟକ୍ରମ ପରୀକ୍ଷା ଜାନୁଆରୀ ୧୧, ୧୩ ଓ ୧୫ରେ ଗ୍ରୁପ୍ ୧ ପାଇଁ ଏବଂ ଜାନୁଆରୀ ୧୭, ୧୯ ଓ ୨୧ରେ ଗ୍ରୁପ୍ ୨ ପାଇଁ ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ।

ସିଏ ଫାଉଣ୍ଡେସନ ଜାନୁଆରୀ ୨୦୨୫ ପରୀକ୍ଷା କାର୍ଯ୍ୟସୂଚୀ
ସିଏ ଫାଉଣ୍ଡେସନ ଜାନୁଆରୀ ୨୦୨୫ ପରୀକ୍ଷା ଜାନୁଆରୀ ୧୨ରୁ ୨୦ ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ଫାଉଣ୍ଡେସନ ପାଠ୍ୟକ୍ରମର ପେପର ୧ ଓ ୨ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏବଂ ପେପର ୩ ଓ ୪ ସବୁ ଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପେପର ୩ ଓ ୪ରେ ଆଗୁଆ ପଢ଼ିବାର ସମୟ ନଥିବା ବେଳେ ଉପରୋକ୍ତ ସମସ୍ତ ପେପର/ପରୀକ୍ଷାରେ ଅପରାହ୍ନ ୧ଟା ୪୫ରୁ ୨ଟା ପର୍ଯ୍ୟନ୍ତ ୧୫ ମିନିଟ୍ ଆଗୁଆ ପଢ଼ିବାର ସମୟ ଦିଆଯିବ। ସଦ୍ୟତମ ଅପଡେଟ୍ ପାଇଁ ପ୍ରାର୍ଥୀମାନଙ୍କୁ ଆଇସିଏଆଇର ଅଫିସିଆଲ୍ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories