ସମ୍ବଲପୁର: ମଙ୍ଗଳବାର ଏବିସିଡି ଚାରିଟେବଳ ଟ୍ରଷ୍ଟ, ହୀରାକୁଦ ଶାଖା ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟବକ୍ତା ରୂପେ ହୀରାକୁଦ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ମୁଖ୍ୟ ଡ଼କ୍ଟର ଅକ୍ଷୟ କୁମାର ସୁତାର ଉପସ୍ଥିତ ଥିଲେ ଓ ଦଳଦଲିପରା ଶାଖାର ହରବର୍ତ୍ତ ସେନାପତି ଓ ମୁଖ୍ୟବକ୍ତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଅଧ୍ୟାପକ ବିଶ୍ୱଜିତ ମହାନ୍ତି ଉପସ୍ଥିତ ଥିଲେ। ଅତିଥି ଓ ମୁଖ୍ୟବକ୍ତା ମାନେ ସମ୍ବିଧାନର ମହତ୍ୱ ଓ ଏହାର ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମାସୁଦ ଆଲାମ, ସୋମ ପ୍ରକାଶ ବେହେରା, ସୁଶାନ୍ତ କେୱାର୍ଡ, ସୁନୀଲ ସାଗର, ମୁକେଶ ମେହେର, ଓମ ପ୍ରକାଶ ବେହେରା, ପ୍ରକ୍ଷିତ ମେହେର, ଅଜୟ କୁମାର ସାହୁ ଉପସ୍ଥିତ ଥିଲେ। ଟ୍ରଷ୍ଟର ସଭାପତି ରାଜେନ୍ଦ୍ର ଶତନାମୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ।
Popular Categories



