www.samajalive.in
Saturday, December 6, 2025
14.1 C
Bhubaneswar

ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣା: ସୁସ୍ଥ ହୋଇ ଏସସିବିରୁ ଡିସଚାର୍ଜ ହେଲେ ଟୁନି ମାଝୀ

ସମାଜ ଡିଜିଟାଲ ଡେସ୍କ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣାରେ ମଙ୍ଗଳବାର ଏସସିବିରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ଟୁନି ମାଝୀ। ଆମ୍ବ ଟାକୁଆର ଜାଉ ଖାଇ ଗୁରୁତର ଅସୁସ୍ଥ ହୋଇ ଗତ ନଭେମ୍ବର ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ ଟୁନି। ଅତି ଗୁରୁତର ଅସୁସ୍ଥ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା। ଧୀରେ ଧୀରେ ସୁସ୍ଥ ହେବା ପରେ ଆଜି ତାଙ୍କୁ ଏସସିବିରୁ ଡିସ୍‌ଚାର୍ଜ କରାଯାଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଏମକେସିଜିରୁ ଦୁଇ ଅସୁସ୍ଥଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଦୁଇ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଉଛନ୍ତି ଜିତା ମାଝୀ। ଏସସିବି ମେଡିସିନ ବିଭାଗ ଡାକ୍ତର ଜୟନ୍ତ ପଣ୍ଡା ଓ ହେପଟୋଲୋଜି ବିଭାଗ ଡାକ୍ତର ସୁଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଚାଲିଥିଲା ଚିକିତ୍ସା। ଆଜି ଟୁନି ମାଝୀ ସୁସ୍ଥ ହେବାପରେ ତାଙ୍କୁ ଡିସଚାର୍ଜ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories