www.samajalive.in
Saturday, December 6, 2025
14.1 C
Bhubaneswar

ବସ-ବାଇକ ଧକ୍କା ; ବାଇକ ଆରୋହୀ ମୃତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ଯିବା ରାସ୍ତା ଦଦ୍ରା ଛକଠାରେ ଏକ ବାଇକ ଓ ବସ ମଧ୍ୟରେ ଧକ୍କା ଘଟିଛି। ଏହି ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ରାଧେଶ୍ୟାମ ପୋଡ଼ ବୋଲି ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ ଖଡିଆଳ ଥାନା ଲାଞ୍ଜି ଗାଁର ରାଧେଶ୍ୟାମ ପୋଡ଼ ନାମକ ଜଣେ ଯୁବକ କୌଣସି କାମ ପାଇଁ ବାଇକ ଯୋଗେ କଣ୍ଟାବାଞ୍ଜି ପଟେ ଆସିଥିଲେ। ହେଲେ ଦଦ୍ରା ଛକଠାରେ ନୂଆପଡା ଜିଲ୍ଲା ସିକଲି ମୁଡାରୁ – କଣ୍ଟାବାଞ୍ଜି ଦେଇ ଲାଠୋର ଯାଉଥିବା ବସ୍ ସହ ତାଙ୍କର ବାଇକ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ଯୁବକଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ଆଣିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ଅଧିକ ତଦନ୍ତ କରି ବସ୍ ଓ ବାଇକକୁ ଜବତ କରିବା ସହ ବସ ଡ୍ରାଇଭର କିଶୋର ଦୀପଙ୍କୁ ଅଟକ ରଖିଥିବା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଂଜୀବ ପ୍ରଧାନଙ୍କ ସୂତ୍ରରୁ ସୂଚନା ମିଳିଛି।

୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories