www.samajalive.in
Monday, December 15, 2025
26.1 C
Bhubaneswar

ବିକ୍ରି ହେଉଛି ନକଲି ମସଲା ; ଏକଦମ୍ ସହଜ, ଏମିତି ଜାଣନ୍ତୁ ମସଲା ଅସଲି କି ନକଲି..

ଦେଶରେ ସ୍ୱାଦିଷ୍ଟ ଭୋଜନର ରହସ୍ୟ ଏଠାକାର ମସଲା ବୋଲି କୁହାଯାଏ। ମସଲା ବିନା ଖାଦ୍ୟର କଳ୍ପନା କରିବା ସମ୍ଭବ ହୋଇନଥାଏ। ମସଲା କେବଳ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ ତାହା ନୁହେଁ ବରଂ ଶରୀର ପାଇଁ ମଧ୍ୟ ଲାଭଦାୟକ। ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଅନେକ ବର୍ଷ ପୂର୍ବରୁ ମହିଳାମାନେ ନିଜ ଘରେ ହିଁ ହଳଦୀ, ଜିରା, ଲଙ୍କା, ଧନିଆ ଆଦି ପ୍ରସ୍ତୁତ କରୁଥିଲେ। ଫଳରେ ମସଲା ଅପମିଶ୍ରିତ କିମ୍ବା ଏଥିରେ କୌଣସି ହାନୀକାରଣ ପଦାର୍ଥ ମିଶ୍ରଣ କରାଯାଉନଥିଲା।
ମାତ୍ର ବର୍ତ୍ତମାନ ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀରେ ଓ ସମୟର ଅଭାବ କାରଣରୁ ଅଧିକାଂଶ ଲୋକେ ମସଲା ତିଆରି କରନ୍ତି ନାହିଁ। ବଜାରରୁ କିଣି ଆଣନ୍ତି। ମାତ୍ର ବଜାରରେ ବିକ୍ରି ହେଉଥିବା ମସଲାରେ ବିଷାକ୍ତ ଜିନିଷ ମିଶ୍ରିତ ହେଉଥିବା କାରଣରୁ ମାରାତ୍ମକ ରୋଗର କାରଣ ପାଲଟୁଛି। ଏହା ସଭିଁଙ୍କ ଚିନ୍ତାର କାରଣ ପାଲଟିଛି। ଜାଣନ୍ତୁ, ମସଲା ଅସଲି କି ନକଲି କେମିତି ଜାଣିବେ..

ଲଙ୍କା ଗୁଣ୍ଡ – ଲଙ୍କା ଗୁଣ୍ଡର ଶୁଦ୍ଧତା ଜାଣିବା ପାଇଁ ସର୍ବ ପ୍ରଥମେ ଏକ କାଚ ଗ୍ଲାସରେ ପାଣି ନିଅନ୍ତୁ। ଏଥିରେ ୧ ଚାମଚ ଲଙ୍କା ଗୁଣ୍ଡ ପକାନ୍ତୁ। ଶୁଦ୍ଧ ଲଙ୍କା ଗୁଣ୍ଡ ପାଣି ତଳେ ଜମିବ। ମିଶ୍ରିତ ଲଙ୍କା ଗୁଣ୍ଡ ଭାସିବ। ଏହି ଉପାୟରେ ହଳଦୀ ଗୁଣ୍ଡର ଶୁଦ୍ଧତା ମଧ୍ୟ ପରୀକ୍ଷା କରି ପାରିବେ।

- Advertisement -

ଗୋଲମରିଚ – ଗୋଲମରିଚରେ ସାଧାରଣତଃ ଜାମୁକୋଳି ଓ ଅମୃତଭଣ୍ଡା ମଞ୍ଜି ମିଶାଯାଏ। ତେଣୁ ଏହାର ଶୁଦ୍ଧତା ପରୀକ୍ଷା କରିବା ପାଇଁ ପ୍ରଥମେ ଗୋଲମରିଚକୁ ପାଣିରେ ମିଶାନ୍ତୁ। କିଛି ସମୟ ଧ୍ୟାନରେ ରଖନ୍ତୁ। କେବଳ ଶୁଦ୍ଧ ଗୋଲମରିଚ ତଳେ ବୁଡି ରହିବ। ଅନ୍ୟଗୁଡିକ ଭାସିବ।

ଆଶ୍ଚର୍ଯ୍ୟ ହେବେ : ଦେଖନ୍ତୁ ଭିଡିଓ, ପ୍ରବଳ ବର୍ଷା ପରେ ଆକାଶରୁ ହେଲା ପୁଳା ପୁଳା ମାଛ ବର୍ଷା..

ହେଙ୍ଗୁ – ପ୍ରତ୍ୟେକ ଜିନିଷକୁ ଛୁଙ୍କ ଦେବା ସମୟରେ ହେଙ୍ଗୁ ନିଶ୍ଚୟ ବ୍ୟବହାର କରାଯାଏ। ଭାରତୀୟ ଖାଦ୍ୟର ଏହା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ବୋଲି କହିବା ଭୁଲ୍ ହେବ ନାହିଁ। ପିଲାଙ୍କ ପାଇଁ ଏହା ଖୁବ୍ ଉପକାରୀ। ପ୍ରତ୍ୟେକଙ୍କ ଘରେ ମଧ୍ୟ ଉପଲବ୍ଧ। ଏହାର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଅଳ୍ପ କିଛି ହେଙ୍ଗୁକୁ ପେଷି ପାଣିରେ ମିଶାଇ ଫେଣ୍ଟନ୍ତୁ। କୌଣସି ଅନ୍ୟ ରଙ୍ଗ ପରିବର୍ତ୍ତନ ନକରି ଏହା ପାଣିରେ ଭଲ ଭାବେ ମିଶିଗଲେ, ଏହା ଶୁଦ୍ଧ ବୋଲି ଜାଣିବେ।

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ଧନିଆ ଗୁଣ୍ଡରେ ନଡାକୁ ଗୁଣ୍ଡ କରି ଓ ଗୋବରକୁ ଶୁଖାଇ ଗୁଣ୍ଡ ମିଶାଯାଏ। ଏହାର ଶୁଦ୍ଧତା ପରୀକ୍ଷା କରିବା ପାଇଁ ଏକ କାଚ ଗ୍ଲାସରେ ପାଣି ନେଇ ଏଥିରେ ୧ ଚାମଚ ଧନିଆ ଗୁଣ୍ଡ ମିଶାନ୍ତୁ। ଯଦି ଏହା ଭଲ ଭାବେ ଫେଣ୍ଟି ହୋଇ ଯାଉଛି। ଏହା ଅସଲି। ମାତ୍ର ଫେଣ୍ଟିବା ପରେ ପାଣିରେ ଭାସିବା ଭଳି ରହିଲେ ଜାଣିବେ ନକଲି।

ଜିରାର ଶୁଦ୍ଧତା ପରୀକ୍ଷା କରିବା ଖୁବ୍ ସହଜ। ହାତରେ କିଛି ଜିରା ନେଇ ନିଜ ଆଙ୍ଗୁଠି ଦ୍ୱାରା ଏହାକୁ ରଗଡନ୍ତୁ। ଆପଣଙ୍କ ଆଙ୍ଗୁଠି କଳା ହେଲେ ଜାଣିବେ ଏହା ନକଲି ଜିରା। ଶୁଦ୍ଧ ହୋଇଥିଲେ ଆଙ୍ଗୁଠି କଳା ହେବ ନାହିଁ।

ଗୁରୁଙ୍କ ରାଶି ପରିବର୍ତ୍ତନ ; ଏହି ୩ ରାଶିଙ୍କର ଧନହାନୀ ସହ ହୋଇପାରେ ଅନେକ ସମସ୍ୟା..

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories