www.samajalive.in
Tuesday, December 9, 2025
16.1 C
Bhubaneswar

ଅଗ୍ନି ବିପନ୍ନ ପରିବାରକୁ ସହାୟତା

ଆଠଗଡ: ଆଠଗଡ ଏନଏସିର ୧୧ନଂ ୱାର୍ଡ ଅନ୍ତର୍ଗତ ବଢେଇତୋଟା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ଜଳି ଯାଇଥିଲା। ଗତ ଶୁକ୍ରବାର ରାତିରେ ବଢେଇତୋଟା ଗ୍ରାମର ଟିକନ ନାଏକଙ୍କ ପତ୍ନୀ ରୋଷେଇ କରୁଥିବା ସମୟରେ ହଠାତ ନିଆଁ ତାଙ୍କ ଚାଳଛପର ଘରେ ଲାଗିଯାଇଥିଲା। ସାହିପଡିଶା ଲୋକ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁଁ ଦୁଇ ବଖରା ଚାଳଛପର ଘର ସମେତ  ଘରେ ଗଚ୍ଛିତ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା। ଆଠଗଡର ସମାଜସେବୀ ଲକ୍ଷ୍ମୀ ନାରାୟଣ ଭଞ୍ଜ ସୋମବାର ଅଗ୍ନି ବିପନ୍ନ ପରିବାରକୁ ଭେଟି ଏକ ମାସ ଚଳିବା ପାଇଁ ସଉଦା ତଥା ଖାଦ୍ୟ ସାମଗ୍ରୀ ଓ ନୂଆ ଲୁଗାପଟା ପ୍ରଦାନ କରିଥିଲେ । ସେହିପରି ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ନିଜିଗଡ ଆରଆଇ ସିଲୁ ସାହୁ ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିବା ସହ ଅଗ୍ନି ବିପନ୍ନ ପରିବାରକୁ ଜରି ପାଲ ଯୋଗାଇ ଦେଇଥିଲେ । ତଦନ୍ତ ରିପୋର୍ଟ ପରେ ତାଙ୍କୁ ସରକାରଙ୍କ ନିୟମାନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ପ୍ରକାଶ କରିଛନ୍ତି ।

୩୦ ବର୍ଷ ପରେ ଗଜକେସରୀ ଯୋଗ ; ୨୦୨୫ ଯାଏଁ ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରିରେ ଉନ୍ନତି..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories