www.samajalive.in
Friday, December 5, 2025
26.1 C
Bhubaneswar

ଅଗ୍ନି ବିପନ୍ନ ପରିବାରକୁ ସହାୟତା

ଆଠଗଡ: ଆଠଗଡ ଏନଏସିର ୧୧ନଂ ୱାର୍ଡ ଅନ୍ତର୍ଗତ ବଢେଇତୋଟା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ଜଳି ଯାଇଥିଲା। ଗତ ଶୁକ୍ରବାର ରାତିରେ ବଢେଇତୋଟା ଗ୍ରାମର ଟିକନ ନାଏକଙ୍କ ପତ୍ନୀ ରୋଷେଇ କରୁଥିବା ସମୟରେ ହଠାତ ନିଆଁ ତାଙ୍କ ଚାଳଛପର ଘରେ ଲାଗିଯାଇଥିଲା। ସାହିପଡିଶା ଲୋକ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁଁ ଦୁଇ ବଖରା ଚାଳଛପର ଘର ସମେତ  ଘରେ ଗଚ୍ଛିତ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିଲା। ଆଠଗଡର ସମାଜସେବୀ ଲକ୍ଷ୍ମୀ ନାରାୟଣ ଭଞ୍ଜ ସୋମବାର ଅଗ୍ନି ବିପନ୍ନ ପରିବାରକୁ ଭେଟି ଏକ ମାସ ଚଳିବା ପାଇଁ ସଉଦା ତଥା ଖାଦ୍ୟ ସାମଗ୍ରୀ ଓ ନୂଆ ଲୁଗାପଟା ପ୍ରଦାନ କରିଥିଲେ । ସେହିପରି ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ନିଜିଗଡ ଆରଆଇ ସିଲୁ ସାହୁ ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିବା ସହ ଅଗ୍ନି ବିପନ୍ନ ପରିବାରକୁ ଜରି ପାଲ ଯୋଗାଇ ଦେଇଥିଲେ । ତଦନ୍ତ ରିପୋର୍ଟ ପରେ ତାଙ୍କୁ ସରକାରଙ୍କ ନିୟମାନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ପ୍ରକାଶ କରିଛନ୍ତି ।

୩୦ ବର୍ଷ ପରେ ଗଜକେସରୀ ଯୋଗ ; ୨୦୨୫ ଯାଏଁ ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରିରେ ଉନ୍ନତି..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories