www.samajalive.in
Saturday, December 6, 2025
19.1 C
Bhubaneswar

ବିଦ୍ୟାଳୟ ନାମକୁ ଓଡ଼ିଆରେ ପରିବର୍ତ୍ତନ କରିବାକୁ ଦାବି

ପିପିଲି: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୯୧୯ ମସିହାରେ ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁରସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ନାମକୁ ଓଡ଼ିଆରେ ପରିବର୍ତ୍ତନ କରାଯିବାକୁ ଦାବି କରାଯାଇଛି। ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍‌‌, ସମାଜସେବୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ନାମକୁ ଓଡ଼ିଆରେ ପରିବର୍ତ୍ତନ କରି ‘ଗୋପବନ୍ଧୁ ସ୍ମୃତି ବିଦ୍ୟାପୀଠ’ ରଖାଯିବା ପାଇଁ ଦାବି କରିଛନ୍ତି।

ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ଘଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ନାମକୁ ଓଡ଼ିଆରେ ପରିବର୍ତ୍ତନ କରାଯିବା ଉପରେ ଆଲୋଚନା କରାଯାଇଥିଲା। ପୁଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ହାତଗଢା ଅନୁଷ୍ଠାନର ନାମକୁ ଓଡ଼ିଆ ଭାଷାରେ ପରିବର୍ତ୍ତନ କରାଗଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ। ଓଡ଼ିଆ ଭାଷା, ସାହିତ୍ୟ ପାଇଁ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ। ତେଣୁ ଏହି ଶିକ୍ଷାନୁଷ୍ଠାନର ନାମରେ ଇଂରାଜୀ ଶବ୍ଦର ବ୍ୟବହାର କରା ନ ଯାଇ ତାହାକୁ ଓଡ଼ିଆରେ ବରିବର୍ତ୍ତନ କରାଯିବାକୁ ଦାବି କରାଯାଇଛି। ରାଜ୍ୟ ସରକାର ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଓ ସମୃଦ୍ଧି କଥା ଦୃଢ ସ୍ୱରରେ କହୁଥିବାବେଳେ ଏହି ଗୌରବମୟ ଶତାୟୁ ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନର ଯଥେଷ୍ଟ ଆବଶ୍ୟକତା ରହିଛି। ଏଥିପାଇଁ ପଦକ୍ଷେପ ନେବାକୁ ବିଭିନ୍ନ ସ୍ତରରେ ନିବେଦନ କରାଯିବ ଏବଂ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ଜନ ସ୍ୱାର୍ଥ ସୁରକ୍ଷା ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍‌‌ ସନ୍ତୋଷ କୁମାର ମିଶ୍ର, ଅଜୟ କୁମାର ମହାନ୍ତି, ପ୍ରସନ୍ନ କୁମାର ଦାସ ପ୍ରମୁଖ ନାମ ପରିବର୍ତ୍ତନ ସହ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ବିକାଶ ଆଦି କିପରି ହୋଇପାରିବ ସେ ସଂପର୍କରେ ନିଜ ନିଜର ମତ ରଖିଥିଲେ। ଶେଷରେ ବିଶିଷ୍ଟ ଛତୁ ଉଦ୍ୟୋଗୀ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories