www.samajalive.in
Sunday, December 7, 2025
26.1 C
Bhubaneswar

ସ୍ମାର୍ଟଫୋନ୍ ପରେ ଏବେ ଲାପଟପ୍ ଆଣିବ ଗୁଗଲ

ନୂଆଦିଲ୍ଲୀ : ଗୁଗଲ ଏବେ ଏକ ନୂଆ ଲାପଟପ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି । ଏହି ଲାପଟପର ନାଁ ପିକ୍ସେଲ ହେବ । ଗୁଗଲ ପୂର୍ବରୁ ଉତ୍ତମ ସ୍ମାର୍ଟଫୋନ୍ ଓ ଟାବଲେଟ୍ ପ୍ରସ୍ତୁତ କରୁଛି ଆଉ ଏବେ ଏକ ଭଲ ଲାପଟପ୍ ପ୍ରସ୍ତୁତ କରିବାକୁ ଚାହୁଁଛି । ଏହି ନୂଆ ଲାପଟପ୍ ଆପଲର ମାକବୁକ୍ ପ୍ରୋ, ଡେଲ୍ ଏକ୍ସପିଏସ୍, ମାଇକ୍ରୋସଫ୍ଟ ସରଫେସ୍ ଲାପଟପ୍ ଓ ସାମସଙ୍ଗ ଗ୍ୟାଲେକ୍ସି କ୍ରୋମବୁକ୍ ଭଳି ଦମଦାର ଲାପଟପ୍ ହେବ । ଅର୍ଥାତ୍ ଗୁଗଲ ଏବେ ସିଧା ଆପଲ, ସାମସଙ୍ଗ, ଡେଲ୍ ଭଳି କମ୍ପାନୀ ସହ ମୁକାବିଲା କରିବ ।

ଗୁଗଲର ନୂଆ ଲାପଟପରେ ଉତ୍ତମ ଫିଚର୍ସ ହେବା ଆଶା କରାଯାଉଛି । ଏକ ଉତ୍ତମ କ୍ବାଲିଟିର ସ୍କ୍ରିନ୍ ଯେଉଁଥିରେ ଭିଡିଓ ଦେଖିବା ଓ କାମ କରିବାକୁ ମଜା ଆସିବ । ଏଥିରେ ଗୁଗଲ ନିଜ ପ୍ରସ୍ତୁତ ହୋଇଥିବା ଟେନସର୍ ଚିପ ବ୍ୟବହାର କରିପାରେ । ଏହି ଚିପ୍ ଗୁଗଲର ଫୋନରେ ମଧ୍ୟ ବ୍ୟବହାର ହୋଇଥାଏ । ଏହି ଚିପ୍ ସାହାଯ୍ୟରେ ଲାପଟପ୍ ବହୁତ ସ୍ପିଡ୍ ଚାଲିବ ଏବଂ ଏହାର ବ୍ୟାଟେରୀ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ରହିବ । ଗୁଗଲ ଆସିଷ୍ଟାଣ୍ଟ ଓ ଦମଦାର ସିକ୍ୟୋରିଟି ମଧ୍ୟ ଏହି ଲାପଟପରେ ମିଳିବ । ତେବେ ଏହି ଲାପଟପ୍ କେବେ ବଜାରକୁ  ଆସିବ ଏବଂ ଏହାର ଦାମ୍ କେତେ ହେବ ସେନେଇ କମ୍ପାନୀ କୌଣସି ସୂଚନା ଦେଇନି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories