www.samajalive.in
Monday, December 8, 2025
20.1 C
Bhubaneswar

ସଡକ ଦୁର୍ଘଟଣାରେ ବିଜେପି କର୍ମୀଙ୍କ ମୃତ୍ୟୁ, ସାଢେ ୯ ଘଣ୍ଟା ରାସ୍ତା ଅବରୋଧ

ପାଟଣା : ଗତକାଲି ସନ୍ଧ୍ୟାରେ ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ନିକଟସ୍ଥ ବରବେଡ଼ାରେ କୌଣସି ଏକ ଅଜଣା ଗାଡି ଏକ ବାଇକକୁ ଧକ୍କା ଦେଇ ବାଇକ ଚାଳକ ଉପରେ ଚଢ଼ି ଯିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ମୃତକ ଜଣକ ଘଟଗାଁ ବ୍ଲକ ଶଗଡ଼ିଆ ଗ୍ରାମର ବାସିନ୍ଦା ତଥା ବିଜେପି କାର୍ଯ୍ୟକର୍ତ୍ତା ଆନନ୍ଦ ଚନ୍ଦ୍ର ମହାନ୍ତ (୫୦) ହୋଇଥିବା ଜାଣିବା ପରେ ଉତ୍ୟକ୍ତ ଲୋକ ମାନେ ଦୁର୍ଘଟଣାସ୍ଥଳରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତେବେ ଏହି ଅବରୋଧ ସାଢେ଼ ୯ ଘଣ୍ଟା ଧରି ଅବ୍ୟାହତ ରହିବାରୁ ରାସ୍ତାରେ ହଜାର ହଜାର ଗାଡ଼ି ଅଟକି ରହିଥିଲା । ଘଟଗାଁ ବିଡିଓ ଭାଗବତ ପ୍ରସାଦ ମହାପାତ୍ରଙ୍କ ଉପସ୍ଥିତିରେ ଘଟଗାଁ ଓ ଢେଙ୍କିକୋଟ ପୁଲିସ ଉତ୍ୟକ୍ତ ଜନତାଙ୍କୁ ବୁଝାଇବାରେ ବିଫଳ ହୋଇଥିଲେ। ତେବେ ଜାତୀୟ ରାଜପଥ ପିଆଇ କେନ୍ଦୁଝର ପକ୍ଷରୁ ସାଇଡ ଇଞ୍ଜିନିୟର ଅରୁଣ କୁମାର ଦାଶ ବିଡ଼ିଓ ଏବଂ ଥାନାଧିକାରୀଙ୍କ ଉପସ୍ଥିତିରେ ଏକ ମୁଚାଲିକା ଲେଖିବା ପରେ ରାସ୍ତା ଅବରୋଧ ଆଜି ଭୋର ସାଢେ ୪ ଟା ବେଳେ ପ୍ରତ୍ୟାହୃତ ହୋଇଥିଲା। ପ୍ରତିଶ୍ରୁତି ଅନୁଯାୟୀ ଜାତୀୟ ରାଜପଥର ବାମ ପାର୍ଶ୍ୱରେ ସର୍ଭିସ୍ ରୋଡ ନହେବା ପର୍ଯ୍ୟନ୍ତ କାମ ବନ୍ଦ ରହିବ ଏବଂ ଆଜି ଠାରୁ ୪ ଦିନ ମଧ୍ୟରେ ସର୍ଭିସ୍ ରୋଡରେ ପିଚୁ କାମ ସରିବୁ ବୋଲି ସେ ଲେଖିଦେଇଥିଲେ। ଏହାଛଡା ରାସ୍ତାର ଉଭୟ ପାର୍ଶ୍ଵରେ ଦୁଇ ଜଣ ଲେଖା ଯୁବକ ଦିନ ରାତି ୨୪ ଘଣ୍ଟା ଗାର୍ଡ ଭାବେ କାମ କରିବେ ଏବଂ ଚଳାଚଳ କରୁଥିବା ଯାନବାହାନର ଓଭର ସ୍ପିଡ ମାପିବା ପାଇଁ ଆବଶ୍ୟକ ଯନ୍ତ୍ର ମଧ୍ୟ ଲଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଯଦି ୪ ଦିନ ଭିତରେ କାମ ନସରେ ଏବଂ ଏହି ଅବଧିରେ କୌଣସି ଦୁର୍ଘଟଣା ଘଟେ ସେଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଯନ୍ତ୍ରୀ ଲେଖି ଦେଇଛନ୍ତି। ଏହି ଲେଖାର ନକଲ ଘଟଗାଁ ଥାନାଧିକାରୀ ଓ ଘଟଗାଁ ବିଡ଼ିଓଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories