www.samajalive.in
Saturday, December 6, 2025
15.1 C
Bhubaneswar

ଡିସେମ୍ବର ପହିଲାରୁ କୋଣାର୍କରେ ଇକୋ ରିଟ୍ରିଟ୍‌

ଭୁବନେଶ୍ୱର : ଶୀତୁଆ ସକାଳେ ସାମୁଦ୍ରିକ ବେଳାଭୂମି, ଜଙ୍ଗଲ ପରିବେଶରେ ମଜା ନେବେ ପର୍ଯ୍ୟଟକ। ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବଠାରୁ ପର୍ଯ୍ୟାୟକ୍ରମେ ଇକୋ ରିଟ୍ରିଟ୍‌ ୭ଟି ସ୍ଥାନରେ ଆରମ୍ଭ କରାଯିବ। ସୋମବାର ପର୍ଯ୍ୟଟନ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ କିଭଳି ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରାଯାଇ ପାରିବ ତା’ ଉପରେ ସେ ଗୁରୁତ୍ବ ଦେଇଥିଲେ। ଏଥିପାଇଁ ପ୍ରଚାର ପ୍ରସାରକୁ ଅଧିକ ଧ୍ୟାନ ଦେବାକୁ କହିଥିଲେ। ଇକୋ ରିଟ୍ରିଟ୍‌ ମାଧ୍ୟମରେ ପର୍ଯ୍ୟଟକ ପ୍ରକୃତିର ନିଆରା ଅନୁଭୂତି ସାଉଁଟିବେ। ସେସବୁ ସ୍ଥାନରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ଇକୋ ରିଟ୍ରିଟ୍‌ ପାଇଁ ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ ହୋଇଛି। ପର୍ଯ୍ୟଟନ ଋତୁକୁ ଆଖିଆଗରେ ରଖି ଚଳିତ ବର୍ଷ ଦେଶବିଦେଶରୁ ପର୍ଯ୍ୟଟକଙ୍କୁ ଖାଦ୍ୟପେୟ, ବିଳାସପୂର୍ଣ୍ଣ ରହଣି ସହ ମନୋରଞ୍ଜନର ସୁଯୋଗ ମିଳିବ। ଘଞ୍ଚବଣ ଜଙ୍ଗଲରେ ପର୍ଯ୍ୟଟକ ବୁଲାବୁଲି କରିବା ସହ ନାଚଗୀତ ସାଙ୍ଗକୁ ଦୁଃସାହସିକ କ୍ରୀଡ଼ା କୌଶଳ ଦେଖିବାର ସୁଯୋଗ ପାଇବେ। ଏବର୍ଷ ବିଭାଗ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ କୋଣାର୍କ, ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ, ଭିତରକନିକା, ପାତିସୋନାପୁର ଏବଂ ପୁଟସିଲ୍‌ରେ ଇକୋରିଟ୍ରିଟ୍‌ କରାଯିବ ବୋଲି ଯୁଗ୍ମ ସଚିବ ରୁଦ୍ରନାରାୟଣ ଦାସ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories