www.samajalive.in
Sunday, November 16, 2025
15.1 C
Bhubaneswar

୧୬ ନଭେମ୍ବରରୁ ସୂର୍ଯ୍ୟ ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ମିଳିବ ଧନ, ସୁଖମୟ ହେବ ଦାମ୍ପତ୍ୟ ଜୀବନ..

ସୂର୍ଯ୍ୟଦେବତାଙ୍କୁ ଗ୍ରହଙ୍କ ରାଜା ବୋଲି କୁହାଯାଏ । ସାରା ବ୍ରହ୍ମାଣ୍ଡରେ ତାଙ୍କୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ । ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିଥାଏ । ଜାତକରେ ଗ୍ରହଙ୍କ ସ୍ଥିତି ମଜଭୁତ ରହିଲେ କର୍ମକ୍ଷେତ୍ରରେ ସଫଳତା, ଧନ ପ୍ରାପ୍ତି, ଜୀବନରୁ ସମସ୍ୟା ଦୂରେଇ ଯାଏ ।

ସୂର୍ଯ୍ୟ ଦେବତା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ଚଳିତ ମାସରେ ସୂର୍ଯ୍ୟଦେବତା ୧୬ ନଭେମ୍ବର ସକାଳ ୭ଟା ୧୬ ମିନିଟ୍‌ରେ ବିଛା ରାଶିରେ ଚଳନ କରୁଛନ୍ତି । ଏହି ଚଳନ ଫଳରେ ୫ ରାଶି ବ୍ୟକ୍ତି ବିଶେଷ ହେବେ ଭାଗ୍ୟଶାଳୀ..

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଦୂର ଯାତ୍ରା କରିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ସହ ଶୁଭଫଳ ପ୍ରାପ୍ତି ହେବ । ଧନ ପ୍ରାପ୍ତି ହେବ । ଫଳରେ ଆର୍ଥିକ ସ୍ଥିତି ମଜଭୁତ ହେବ ।

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷ ଅନେକ କ୍ଷେତ୍ରରେ ସଫଳତା ପାଇବେ । ମନସ୍କାମନା ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦୀର୍ଘ ଦିନରୁ ଲାଗି ରହିଥିବା କାମରେ ସଫଳତା ମିଳିବ । ଶୁଭଫଳ ପ୍ରାପ୍ତି ହେବ । ନିଜର ଚିନ୍ତାଧାରା ଯୋଗୁଁ ସଫଳତା ପାଇବେ ।

ସିଂହ – ସୂର୍ଯ୍ୟଙ୍କ ଚଳନ ହେତୁ ଶୁଭଫଳ ମିଳିବ । ଜୀବନସାଥୀଙ୍କ ସହଯୋଗ ଓ ଭଲ ପାଇବା ମିଳିବ । ସମ୍ପର୍କ ମଜଭୁତ ହେବ । ହଠାତ୍‌ ଧନ ପ୍ରାପ୍ତି ହୋଇ ଆର୍ଥିକ ସ୍ଥିତି ମଜଭୁତ ହେବ ।

ବିଛା – ଛାତ୍ରଛାତ୍ରୀଙ୍କୁ ଶୁଭଫଳ ମିଳିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ କ୍ଷେତ୍ରରେ ବଡ ସୁଯୋଗ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ବାଣୀ କାରଣରୁ ମାନ-ସମ୍ମାନ ବୃଦ୍ଧି ହେବ । ଟଙ୍କା ସଞ୍ଚୟ କରିବେ ।

ମକର- ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ହଠାତ୍‌ ଧନ ମିଳିବ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ । ହସଖୁସିର ଆଗମନ ହେବ ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories