www.samajalive.in
Sunday, December 7, 2025
16.1 C
Bhubaneswar

ଫୁଲବାଣୀ ସଦର ମହକୁମାକୁ ରେଳପଥ ସଂଯୋଗ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା

ଫୁଲବାଣୀ: କନ୍ଧମାଳ ଜିଲା ସଦର ମହକୁମାକୁ ରେଳପଥ ସଂଯୋଗ ନେଇ ଜିଲା ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡା ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ଫୁଲବାଣୀ ସଦର ମହକୁମା ଦେଇ ନିର୍ମାଣ କରିବା ନିମନ୍ତେ ଦୀର୍ଘବର୍ଷ ଧରି ହୋଇ ଆସୁଥିବା ଦାବୀକୁ ରେଳ ମନ୍ତ୍ରଣାଳୟ ଗ୍ରହଣ କରି ଗତ ୨୦୨୧-୨୨ରେ ଆର୍ଥିକ ଅନୁଦାନ ମଞୁର କରିଥିଲେ। କିନ୍ତୁ ଗତ ୨୦୨୨-୨୩ରେ ଓଡିଶା ସରକାରଙ୍କ ଓରିଡିଲ ପକ୍ଷରୁ ଦାଖଲ କରାଯାଇଥିବା ଡିପିଆରରେ ଫୁଲବାଣୀ ସଦର ମହକୁମାକୁ ବାଦ ଦେଇ ଚକାପାଦଠାରୁ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଆଡେଣିଗଡ଼ଠାରେ ସଂଯୋଗ କରୁଥିବା ରେଲବିଭାଗ ୱବସାଇଟରେ ସ୍ଥାନିତ କରାଯାଇଛି। ଫୁଲବାଣୀ ସଦର ମହକୁମା ରେଳ ସଂଯୋଗରୁ ବାଦ ପଡ଼ିବା ଫଳରେ ଜିଲାବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି।

ଏଥିରେ ଜିଲା ମିଳିତ ନାଗରିକ କମିଟି ଉଦବେଗ ପ୍ରକାଶକରି ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିଥିଲେ। ଫୁଲବାଣୀ ସଦର ମହକୁମାକୁ ସଂଯୋଗ କରି ନୂଆ ଡିପିଆର ପ୍ରସ୍ତୁତ କରି ରାଜ୍ୟ ସରକାର ରେଳମନ୍ତ୍ରଣାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇ ଡିପିଆର ଫେରସ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଦଶପଲା ଷ୍ଟେସନ ଉଦଘାଟନ ଅବସରରେ ଘୋଷଣା କରିଥିଲେ। ଇତି ମଧ୍ୟରେ ନୂଆ ଡିପିଆର ପ୍ରସ୍ତୁତ କରିବାକୁ ଏକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ କୌଣସି ଅଗ୍ରଗତି ହୋଇନଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସୁପାରିଶ କରିବାକୁ ଶ୍ରୀ ପରିଡା ଅନୁରୋଧ କରିଛନ୍ତି।କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିବା ଜଣାଯାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories