www.samajalive.in
Sunday, December 7, 2025
15.1 C
Bhubaneswar

ତିନି ବର୍ଷ ଧରି ଟାୱାର ଅଚଳ, ଖତ ଖାଉଛି ବିଦ୍ୟାଳୟର କମ୍ପୁଟର 

ଫୁଲବାଣୀ: ନେଟୱାର୍କର କରୁଣ ଚିତ୍ର  ଦେଖିବାକୁ ମିଳିଛି କନ୍ଧମାଳରେ। ଟାୱାର ଧରୁନି  ପାଠ ପଢା ସହ ସରକାରୀ କାମ ବ୍ୟାହତ  ସୃଷ୍ଟି ହେଉଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲାର ଅନେକ ଅଞ୍ଚଳ ଦୁର୍ଗମ। ଯେଉଁଠି  ଟାୱାର କଣ ବିଜୁଳି ଆଲୋକ ସାତସପନ  ଯେଉଁଠି ଅଳ୍ପ ଟାୱାର ଆସୁଛି ଦୁଇ ତିନି ଜଣ ପିଲା ସାଙ୍ଗ ହୋଇ  ଅନଲାଇନରେ ପଢୁଛନ୍ତି। ନେଟୱାର୍କ  ଆସୁଥିବା ସ୍ଥାନ ଗଛ ଉପରେ ଚଢି କିଏ ପଢୁଛି ତ ଆଉ କିଏ ଗଛତଳେ।
କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକର ଲେତିଙ୍ଗିଆ ଗ୍ରାମ ପଂଚାୟତର ପିଲାମାନେ ଅନଲାଇନ ପାଠପଢ଼ା କଣ ଜାଣନ୍ତି ନାହିଁ। ଗତ ସରକାର ଅମଳରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସ୍ମାର୍ଟ ସ୍କୁଲ ନିର୍ମାଣ ହୋଇଛି, ଇ-ଲାଇବ୍ରେରୀ ପାଇଁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି ସତ କିନ୍ତୁ ଏହା ଧର୍ମକୁ ଆଖିଠାର, ଗାଁ କୁ ନେଟୱାର୍କ ଆସୁନଥିବାରୁ ସ୍ମାର୍ଟ ସ୍କୁଲର ଯନ୍ତ୍ରାଶ  ନଷ୍ଟ ହେବାକୁ ବସିଲାଣି ପିଲାମାନେ ସରକାରଙ୍କ ସ୍ଲୋଗାନ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ କୁ  କିଭଳି ସାକାର କରିବେ ଏମିତି ପାଠ ପଢିଲେ କେମିତି ବଢିବେ ସେନେଇ ଉଠୁଛି ପ୍ରଶ୍ନ। ନେଟୱାର୍କ ଆସୁନଥିବାରୁ ସରକାରୀ କାମ ହୋଇ ପାରୁନି।
ରୋଗୀ ଓ ପ୍ରସୂତୀ ମହିଳା ଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବାରେ ଅସୁବିଧା ହେଉଛି। ଆସନ୍ନ ପ୍ରସବା ମହିଳା ଓ ରୋଗୀ ଚିକିତ୍ସା ସେବାନ ପାଇ ବହୁଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଟାୱାର ନିର୍ମାଣ ପରେ ଦୀର୍ଘ ୩ ବର୍ଷ ହେବ କାର୍ଯ୍ୟକ୍ଷମ  ହେଉନ ଥିବାରୁ ଅଞ୍ଚଳ ରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ସରକାର ସମୟରେ ଟାୱାର କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ବହୁବାର କ. ନୂଆଗାଁ ବିଡ଼ିଓ, କନ୍ଧମାଳ ଜ଼ିଲ୍ଲାପାଳ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ପୂର୍ବତନ ସାଂସଦଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳସୁନ।
ବର୍ତ୍ତମାନର  କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ମଧ୍ୟ ଅବଗତ କରିଥିବା କହିଛନ୍ତି ଗ୍ରାମବାସୀ ପ୍ରମଦ ମଲିକ। ଆଗାମୀ 30 ତାରିଖ ସୁଦ୍ଧା ନେଟ ୱର୍କ କାର୍ଯ୍ୟ କ୍ଷମ କରାନ ଗଲେ ଆନ୍ଦୋଳନ କରାଯିବ ବୋଲି ଗୁଡ଼ିକୁପ୍ରମଦ ମଲିକ, ଅନ୍ତର୍ଯ୍ୟାମୀ ଡିଗାଲ, ସୁରତି ନାୟକ,କୁନାଳ ଚନ୍ଦ୍ର ଡିଗାଲ, ନୀଳାଞ୍ଚଳ ମଲିକ, ପ୍ରଭାକର ବିନ୍ଧାଣି, ହାଡ଼ିପଳ ବିନ୍ଧାଣି, ପ୍ରଣବ ଡିଗାଲ, ସୁରେସ ନାୟକ, ଗ୍ରାମ ବାସି ଚେତାବନି ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories