www.samajalive.in
Sunday, December 7, 2025
26.1 C
Bhubaneswar

ଚାଷୀ ଶୋଷଣର ଶୀକାର ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝରଗଡ଼଼: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଜିଲା ବିଜେପି କାର୍ଯ୍ୟାଳୟରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଠାରେ ବୁଧବାର ଠାରୁ ଖରିଫ୍‌‌ ଧାନ କ୍ରୟ କାର୍ଯ୍ୟକ୍ରମର ଶୁଭାରମ୍ଭ ପରିପ୍ରେକ୍ଷୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ସୂଚନା ପ୍ରଦାନ ଅବସରରେ ଧାନ କ୍ରୟ ସମୟରେ ଚାଷୀ ଶୋଷଣର ଶୀକାର ହେଲେ ସମ୍ପୃକ୍ତ ମଣ୍ଡିର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇ ଏହା କହିଛନ୍ତି। ଏହି ଧାନ କିଣା କାରବାର ବ୍ୟାପକ ସ୍ବଛତାର ସହିତ ହେବା ସହିତ ମିଲ ମାଲିକ ମାନକଙ୍କ ଦାଦାଗିରିକୁ ବନ୍ଦ କରାଯିବ।

ଏହାସହିତ ଧାନ କିଣା କାରବାରରେ ଯଦି କୌଣସି ଅଧିକାରୀ ଓ କର୍ମଚାରୀ ଅସାଧୁ ଉପାୟ ଅବଲମ୍ବନ କରନ୍ତି ତାହାଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସତର୍କ କରାଇ ଦେଇଛନ୍ତି। ଓଡ଼ିଶାର ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ଚାଷୀ ମାନଙ୍କର ଆୟକୁ ୨ଗୁଣା କରିବା ପାଇଁ ରାଜ୍ୟରେ ନବଗଠିତ ବିଜେପି ସରକାର ୪ମାସ କାଯ୍ୟକାଳ ଅବଧି ମଧ୍ୟରେ ଧାନ କ୍ୟୁଣ୍ଟାଲ ପ୍ରତି ୩୧ ଶହ ଟଙ୍କା, ୬ ଲକ୍ଷ ଚାଷୀ ମାନଙ୍କୁ ପି.ଏମ. କିସାନରେ ସାମିଲ କରିବା, ରାଜ୍ୟରେ ସି.ଏମ.କିସାନ ଯୋଜନା ଆରମ୍ଭ କରି ୪୬ ଲକ୍ଷ ଚାଷୀଙ୍କୁ ସାମିଲ କରିବା, ରାଜ୍ୟର ୫୮ଟି ସବ୍‌‌ଡ଼ିଭିଜନରେ ଶୀତଳଭଣ୍ଡାର କରିବା, ଚାଷୀ ପରିବାର ପିଲା ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ୨ଲକ୍ଷ ଟଙ୍କା ସହାୟତା ପ୍ରଦାନ, ୩୧୪ ବ୍ଲକରେ ପନିପରିବା ମଣ୍ଡି କରିବା ନିଷ୍ପତି ଐତିହାସିକ ପଦକ୍ଷେପ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସାହୁ କହିଛନ୍ତି।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ପୁଲିନ୍‌‌ ପ୍ରକାଶ ପୁହାଣ, କୃଷକ ମୋର୍ଚ୍ଚା ଜିଲା ସଭାପତି ଭାଗିରଥି ସିଂ, ବିଜେପି ଜିଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଜିଲା ପ୍ରଭାରୀ ଶ୍ରୀ ଶଙ୍କର୍ଷଣ ଜେନା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀଧର ସାହୁ, ରାଧାକାନ୍ତ ମହାନ୍ତ, ପ୍ରକାଶ ଚନ୍ଦ୍ର ସୂତ୍ରଧର, ରାଜେଶ କୁମାର ସିଂହ, ଭାବଗ୍ରାହୀ ମହାନ୍ତ, ଜୟକୃଷ୍ଣ ମହାନ୍ତ, ଅନନ୍ତ ସାହୁ, ସୁଧାକର ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories