www.samajalive.in
Monday, December 15, 2025
24.1 C
Bhubaneswar

ଗୋପାଳପୁର ପୁଲିସ ପକ୍ଷରୁ ମନ୍ଦିର ସୁରକ୍ଷା ନେଇ ବୈଠକ

ଗୋପାଳପୁର : ବ୍ରହ୍ମପୁର ଏସ. ପି ଡ଼ା ଶ୍ରବଣା ବିବେକ ଏମଙ୍କ ନିର୍ଦ୍ଦେଶ କ୍ରମେ ଗୋପାଳପୁର ଥାନା ସଭାଗୃହରେ ଆଜି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ଅଧକ୍ଷତାରେ ଥାନା ଅଧୀନରେ ଥିବା ସମସ୍ତ ମନ୍ଦିର ସୁରକ୍ଷାକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଦିନକୁ ଦିନ ମନ୍ଦିର ମାନଙ୍କରେ ଚୋରି ବଢ଼ିବାରେ ଲାଗିଥିବାରୁ ତାହାକୁ କିପରି ରୋକା ଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା। ମନ୍ଦିରରେ ସିସି କ୍ୟାମେରା, ମନ୍ଦିର ଚାରିପାଖ ପାଚେରୀ, ମନ୍ଦିର ଗେଟ ଗୁଡ଼ିକୁ ସଜାଡ଼ିବା ସହ ମନ୍ଦିର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ବୋଲି ଥାନା ଅଧିକାରୀ କହିଥିଲେ । ଏ ନେଇ ମନ୍ଦିର କମିଟିର ସଦସ୍ୟ ମାନେ ପୁଲିସ ପେଟ୍ରୋଲିଂ କଡାକଡି କରିବା ସହ ପୁଲିସର ସହାୟତା ଲୋଡିଥିଲେ ।

ଏହି ବୈଠକରେ କରାପଲ୍ଲୀ, ନାରୟଣପୁର, ଡୁରା, ରଙ୍ଗେଈଲୁଣ୍ଡା, ବକ୍ସିପଲ୍ଲୀ, ଲୁହାଝର, ଗୋଳାବନ୍ଦ, ଗୋପାଳପୁର ଆଦି ଅଂଚଳର କମିଟି ସଦସ୍ୟଙ୍କ ସମେତ ଗୋପାଳପୁର ଅଧକ୍ଷ ଏ. ଜାନକୀ ରାମ, ପଞ୍ଚୁ ବେହେରା, ଏମ. ଚନ୍ଦ୍ର ଶେଖର, ଗୋପାଳପୁର ପୁଲିସ ଏଏସ ଆଇବି. ତିରୁପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଗୋପାଳପୁର ଥାନାରେ କର୍ମଚାରୀ ଅଭାବ ରହିଥିବାରୁ ଥାନା ପକ୍ଷରୁ ଅନେକ ସମୟରେ ସନ୍ଧ୍ୟା କିମ୍ବା ରାତ୍ରିକାଳୀନ ପେଟ୍ରୋଲିଂ ଠିକ ଭାବେ ହେଉନଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଥାନା ଅଧୀନରେ ଭଞବିହାର ଫାଣ୍ଡି ରହିଥିବାବେଳେ ସେଠାରେ ମଧ୍ୟ ଏକ ପୁଲିସ ଜିପ୍ ରହିଛି। କିନ୍ତୁ ଫାଣ୍ଡି ଅଧିକାରୀଙ୍କ ପକ୍ଷରୁ ପେଟ୍ରୋଲିଂ କଡାକଡି ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଣୁ ପୁଲିସ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories