www.samajalive.in
Monday, December 15, 2025
27.1 C
Bhubaneswar

ରାଜନଗର ଧାନ ମଣ୍ଡି ଉଦଘାଟନ କଲେ ବିଧାୟକ  

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଲ୍ୟାମ୍ପ୍ସରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଛି। ଏହି ଧାନ ମଣ୍ଡିକୁ ପାଟଣା ବିଧାୟକ ଅଖିଳ ନାଏକ ଓ ପାଟଣା ତହସିଲଦାର ଲୀଳାବତୀ ନାୟକ ମିଳିତ ଭାବେ ଫିତା କାଟି ଶୁଭ ଉଦଘାଟନ କରି ଥିବାବେଳେ ଲ୍ୟାମ୍ପ୍ସ ସଭାପତି ପ୍ରଫୁଲ୍ଲ ନାୟକ, ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ମିଶ୍ର, ରାଜନଗର ସରପଞ୍ଚ ସୁଧାଂଶୁ ନାୟକ ଯୋଗ ଦାନ କରି ଆଜି ସୋମବାରରେ ଶୁଭ ଉଦଘାଟନ କରିଥିଲେ। ଆରମ୍ଭରୁ ବିଧାୟକ ଚାଷୀମାନଙ୍କୁ ଶାନ୍ତି ଶୃଙ୍ଖଳା ସହିତ ରହି ଧାନ ଦେବାକୁ ପରାମର୍ଶ ଦେଇଥିଲେ। ଏଠାରେ ଆଜି ଉପସ୍ଥିତ ଶ୍ରମିକମାନେ ତାଙ୍କର ଏବର୍ଷ ମଣ୍ଡି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ପୂର୍ବରୁ ସେମାନେ ୧୩ ଟଙ୍କା କୁଇଣ୍ଟାଲ ପିଛା ପାରିଶ୍ରମିକ ପାଉଥିବାବେଳେ ଏବର୍ଷ ୧୦ ଟଙ୍କା ପାଇବେ ବୋଲି ଅଭିଯୋଗ କରିଛନ୍ତି । ସେମାନେ ଗୋଟେ କୁଇଣ୍ଟାଲ ଧାନକୁ ୪ ଥର ବୋହିଲା ପରେ ୧୦ ଟଙ୍କା ପାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରି ସରକାରଙ୍କୁ ତାଙ୍କ ମଜୁରୀ ଠିକ ଭାବେ ଦେବା ପାଇଁ ବିଧାୟକଙ୍କୁ ନିବେଦନ କରିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories