www.samajalive.in
Monday, December 15, 2025
15.1 C
Bhubaneswar

ଉଜୁଡା ଫସଲ ଦେଖି ବିଲ ହିଡ଼ରେ ଟଳି ପଡିଲେ ଚାଷୀ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ପଞ୍ଚାୟତର ଡୁଙ୍ଗର ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇ( ୬୭) ନୂଆ ସୋମେଶ୍ୱରପୁର ପଞ୍ଚାୟତ ବନପୁର ଗହୀରରେ କରିଥିବା ଧାନ ଫସଲ ଦେଖିବାକୁ ଆଜି ସକାଳ ୮ଟା ସମୟରେ ଯାଇଥିଲେ। ଗତ ଶୁକ୍ରବାର ଓ ଶନିବାର ୨ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କ୍ଷେତରେ ବର୍ଷା ପାଣି ଜମି ରହିଥିଲା। ବର୍ଷା ପାଣିରେ ଉଜୁଡି ଯାଇଥିବା ଧାନ ଫସଲ ଦେଖି ଶ୍ରୀ ଦଳେଇ ହିଡ଼ ମୁଣ୍ଡରେ ହଠାତ ଟଳି ପଡ଼ିଥିଲେ।

ତାଙ୍କର ୨ ପୁଅ ଶଙ୍କର୍ଷଣ ଦଳେଇ ଓ ଅମିନ ଦଳେଇ ଗହୀରରେ ଥିବା ଅନ୍ୟ ଚାଷୀମାନଙ୍କ ସହାୟତାରେ ତାଙ୍କୁ କଂସାରୀ ସାହି ଶଙ୍କାରେଶ୍ୱର ଦେବଙ୍କ ମନ୍ଦିର ରାସ୍ତାକୁ ଆଣିଥିଲେ। ସେଠାରୁ ଏକ ଯାତ୍ରୀବାହୀ ଅଟୋ ଯୋଗେ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ସମ୍ପର୍କରେ ସ୍ବର୍ଗତପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ପତ୍ନୀ ପାର୍ବତୀ ଦଳେଇ କହିଥିଲେ ଯେ ତାଙ୍କ ସ୍ୱାମୀ ସକାଳ ଜଳଖିଆ ଖାଇବା ପରେ ସକାଳେ ଧାନ ଦେଖିବାକୁ ବିଲକୁ ଯାଇଥିଲେ l ଉଜୁଡା ଧାନ ଫସଲ ଦେଖିକରି ହଠାତ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା ଏବଂ ସେ ତଳେ ପଡି ଯାଇଥିଲେ ବୋଲି ପତ୍ନୀ ପାର୍ବତୀ ଦଳେଇ ପ୍ରକାଶ କରିଥିଲେ।

- Advertisement -

ଚାଷୀ ସ୍ବର୍ଗତ ଦଳେଇ ପ୍ରାୟ ୨ ଏକର ଜମିରେ ଭାଗ ଚାଷ କରିଥିଲେ। ଏହି ଧାନ ଚାଷ ନିମନ୍ତେ ସେ ଜାତୀୟ କରଣ ବ୍ୟାଙ୍କ, ବୀର ରାମଚନ୍ଦ୍ର ପୁର ସେବା ସମବାୟ ସମିତି ସହିତ ହାତ ଉଧାର ଋଣ ମଧ୍ୟ ଆଣିଥିଲେ। ଏହି ଭଳି ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଋଣ କରିଥିଲେ ବୋଲି ଚାଷୀ ସ୍ବର୍ଗତ ଦଳେଇଙ୍କ ବଡ଼ ପୁଅ ଶଙ୍କର୍ଷଣ ଦଳେଇ ସୂଚନା ପ୍ରଦାନ କରିଥିଲେ। ଫସଲ ନଷ୍ଟ ହୋଇଥିବା ଦେଖିବା ପରେ ଋଣ ଶୁଝିବା ଚିନ୍ତାରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି ବୋଲି ତାଙ୍କ ବଡ଼ ପୁଅ ପ୍ରକାଶ କରିଥିଲେ।

ଏ ସମ୍ପର୍କରେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ସହିତ ଯୋଗାଯୋଗ କରା ଯାଇଥିଲା। ଖବର ପାଇ ଆଇ ଆଇ ସି ଶ୍ରୀ ବେହେରା ଘଟଣା ସ୍ଥଳକୁ ଯାଇଥିଲେ। ପରିବାରର ସଦସ୍ୟ ଓ ଗ୍ରାମବାସୀମାନେ ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି ପ୍ରକାଶ କରିଥିଲେ ବୋଲି ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇ ଯାଇଅଛି। ମୃତ ଚାଷୀଙ୍କ ସମସ୍ତ ଋଣ ଛାଡ଼ ସହିତ ସହାୟତା ପ୍ରଦାନ ନିମନ୍ତେ ପରିବାର, ଗ୍ରାମବାସୀ ଓ ଚାଷୀମାନେ ସରକାରଙ୍କ ନିକଟରେ ଦାବୀ କରିଛନ୍ତି।  ସ୍ବର୍ଗତ ଚାଷୀଙ୍କ ପରିବାର ସଦସ୍ୟ ମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ମତ ପ୍ରକାଶ ପାଇଛି।

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories