ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶା ଆସିବାକୁ ନିମନ୍ତ୍ରଣ,ରାଜ୍ୟର ବିକାଶ ସମ୍ବଳିତ ବହୁ ପ୍ରସଙ୍ଗ ବିଷୟରେ ଆଲୋଚନା
ନୂଆଦିଲ୍ଲୀ : ଆଗାମୀ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ କରିଛନ୍ତି। ଦିଲ୍ଲୀଗସ୍ତ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟର ବିକାଶ ସମ୍ବଳିତ ବହୁ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
Comments are closed.