www.samajalive.in
Saturday, December 6, 2025
26.1 C
Bhubaneswar

ଶିଶୁପୁତ୍ରକୁ ମାରି ପୋତିଦେଲେ ମାଆ-ବାପା !

ସମାଜ ଡିଜିଟାଲ ଡେସ୍କ: ଶିଶୁପୁତ୍ରକୁ ମାରି ପୋତିଦେଲେ ନିଜ ମାଆ ଓ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଚୌଦ୍ବାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ଆଦିବାସୀ ସାହିରେ। ସୋମବାର ରାତିରେ ବାପା ରାଜୁ ହେମ୍ବ୍ରମ ଓ ମାଆ ସୋମ୍ବାରୀ ହେମ୍ବ୍ରମ ଖାଇ ପିଇ ସାରି ଶୋଇଥିଲେ। ବିଳମ୍ବିତ ରାତିରେ ରାଜୁ ହେମ୍ବ୍ରମଙ୍କ ତିନି ବନ୍ଧୁ ନିଶାସକ୍ତ ଅବସ୍ଥାରେ ଆସି ରାଜୁ ଘରେ ପହଞ୍ଚିବା ପରେ ରାଜୁ ଓ ତାଙ୍କ ପତ୍ନୀ ତାଙ୍କ ସହ ମିଶି ମଦ ପିଇଥିଲେ। ପରେ ସେମାନଙ୍କୁ ଅତ୍ୟଧିକ ନିଶା ହେବାରୁ ଶିଶୁ ପୁତ୍ରଟି ଶୋଇଥିବା ଅବସ୍ଥାରେ ତା’ଉପରେ ଚଢ଼ି ଯାଇଥିଲେ। ଫଳରେ ଶିଶୁପୁତ୍ରଟିର ଘଟଣା ସ୍ଥଳରେ ପ୍ରାଣ ଚାଲିଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ମଙ୍ଗଳବାର ଭୋରରୁ ପରିବାର ଲୋକେ ଉଠି ଶିଶୁ ପୁତ୍ରକୁ ଉଠାଇବାବେଳେ ଜାଣିବାକୁ ପାଇଥିଲେ ଯେ, ତା’ର ମୃତ୍ୟୁ ଘଟିଛି। ପରେ ସେମାନେ ତରବରିଆ ଭାବରେ ତାକୁ ନେଇ ସ୍ଥାନୀୟ ଏକ ପରିତ୍ୟକ୍ତ ଜାଗାରେ ପୋତି ଦେଇଥିଲେ। ସ୍ଥାନୀୟ ଯୁବକ ଚୌଦ୍ବାର ପୁଲିସକୁ ଖବର ଦେବାପରେ ପୁଲିସ ପହଞ୍ଚି ବାପା ମାଆଙ୍କୁ ଅଟକ ରଖିବା ସହ ଶିଶୁ ପୁତ୍ର ପୋତା ହୋଇଥିବା ସ୍ଥାନକୁ ହେପାଜତରେ ରଖିଛି। ଏଗ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଆସିବା ପରେ ଶିଶୁପୁତ୍ରର ମୃତଦେହକୁ ଖୋଲାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଶିଶୁ ପୁତ୍ରର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ମାଜିଷ୍ଟ୍ରେଟ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories