କାର୍ତ୍ତିକ ପୂର୍ଣ୍ଣିମାରୁ ଶନିଙ୍କ ସିଧା ଚଳନ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..
ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୧୫ ନଭେମ୍ବରରେ ପାଳନ କରାଯାଉଛି । ଏହି ଦିନ ନ୍ୟାୟର ଦେବତା ଶନି କୁମ୍ଭ ରାଶିରେ ସିଧା ଚଳନ କରୁଛନ୍ତି । ଅର୍ଥାତ୍ ଏହି ଦିନ ଶନିଙ୍କ ସିଧା ଚଳନ ଆରମ୍ଭ ହେବ । ଏହାପରେ ଶନି ଦେବତା ପ୍ରାୟ ୮ ମାସ ପର୍ଯ୍ୟନ୍ତ ସିଧା ଚଳନ କରି ରହିବେ ଓ ୧୩ ଜୁଲାଇ ୨୦୨୫ରେ ଶନି ଦେବତା ପୁଣି ଥରେ ଓଲଟା ଚଳନ କରିବେ ।
ଜ୍ୟୋର୍ତିବିଦ୍ଙ୍କ ମତାନୁସାରେ ଶନିଙ୍କ ସିଧା ଚଳନ ପାଞ୍ଚ ରାଶି ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍ କରିବ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..
ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ଉନ୍ନତି ହେବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ଘର-ପରିବାରରେ ହସଖୁସିର ବାତାବରଣ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ବୃଷ – କର୍ମକ୍ଷେତ୍ରରେ ଉନ୍ନତି ସହ ନୂଆ ସୁଯୋଗ ମିଳିବ । ମନସ୍କାମନା ପୂରଣ ହେବ । ସନ୍ତାନଠାରୁ ଶୁଭ ଖବର ମିଳିବ ।
କନ୍ୟା – ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । କରଜରୁ ମୁକ୍ତି ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶୁଭ ଖବର ମିଳିବ ।
ତୁଳା- ବ୍ୟବସାୟରେ ଲାଭବାନ୍ ହେବେ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ମାତା-ପିତାଙ୍କ ସହ ହସଖୁସିରେ ଦିନ କଟିବ ।
ଧନୁ – ଧନ-ସମ୍ପତ୍ତି ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଲାଭ ମିଳିବ । ନୂଆ କାମ ଆରମ୍ଭ କରିବେ ।
ଜାଣନ୍ତୁ.. ହ୍ୱାଟ୍ସଆପ୍ ଆଣିଲା ଜବରଦସ୍ତ ଫିଚର୍; ଏବେ ଚାଟ୍ କରିବା ହେବ ଖୁବ୍ ସହଜ..ମିଳିବ ଏହି ସୁବିଧା..
Comments are closed.