www.samajalive.in
Friday, December 5, 2025
20.1 C
Bhubaneswar

ରାଜସ୍ଥାନରେ ନିର୍ବାଚନ ହିଂସା: ୬୦ ଗିରଫ

ଜୟପୁର : ରାଜସ୍ଥାନର ଦେଓଲି ଉନିଆରା ବିଧାନସଭା ଆସନରେ ଉପନିର୍ବାଚନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ପୁଲିସ ୬୦ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନିର୍ବାଚନ ଲଢୁଥିବା ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ଅନ୍ତର୍ଭୁକ୍ତ। ହିଂସାକାଣ୍ଡ ବେଳେ ନରେଶ ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସଡିଏମ୍‌) ଅମିତ ଚୌଧୁରୀଙ୍କୁ ମାଡ ମାରିଥିଲେ। ବୁଧବାର ଉପନିର୍ବାଚନ ଲାଗି ମତଦାନ ଚାଲିଥିବାବେଳେ ନରେଶ ଏକ ବୁଥ ମଧ୍ୟକୁ ବଳପୂର୍ବକ ପ୍ରବେଶ ଉଦ୍ୟମ କରିଥିଲେ। ନରେଶଙ୍କୁ ଉପସ୍ଥିତ ପୁଲିସ ଓ ନିର୍ବାଚନ ଅଧିକାରୀମାନେ ରୋକିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଏସ୍‌ଡିଏମ୍‌ଙ୍କୁ ନରେଶ ଚାପୁଡା ମାରିବା ସହିତ ଠେଲାପେଲା କରିଥିଲେ। ପରବର୍ତ୍ତୀ ସମୟରେ ନରେଶଙ୍କ ସମର୍ଥକମାନେ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ। ଏଥିରେ ୩୦ଟି ଗାଡି ଭଙ୍ଗାରୁଜା ହୋଇଥିଲା। ଏପରିକି ପୁଲିସ ଗାଡିକୁ ପୋଡାଜଳା କରିଥିଲେ। ଏହି ଘଟଣା ଉପରେ ଗୁରୁବାର ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନରେଶ ଓ ତାଙ୍କର ୬୦ ସମର୍ଥକଙ୍କୁ ଗିରଫ କରିଥିବା ଆଜମେର ରେଞ୍ଜ ଆଇଜିପି ଓମ୍ ପ୍ରକାଶ କହିଛନ୍ତି। ନରେଶ କଂଗ୍ରେସରୁ ଟିକଟ ନ ପାଇବାରୁ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories