www.samajalive.in
Sunday, December 7, 2025
26.1 C
Bhubaneswar

ସାଢେ ୪ଲକ୍ଷ ଲାଞ୍ଚ ନେଲାବେଳେ ଦିଲ୍ଲୀ ଇଓଡବ୍ଲ୍ୟୁ କନଷ୍ଟେବଳ ଅମିତ ଲାହୁଚା ଭୁବନେଶ୍ବରରୁ ଗିରଫ

ଭୁବନେଶ୍ବର: ଲାଞ୍ଚ ନେଇ ଭୁବନେଶ୍ବରରୁ ବନ୍ଧା ହେଲେ ଦିଲ୍ଲୀ ପୁଲିସ। ସିବିଆଇ ପକ୍ଷରୁ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) କନଷ୍ଟେବଲ୍‌ ଅମିତ ଲାହୁଚାଙ୍କୁ ଭୁବନେଶ୍ବରରୁ ଗିରଫ କରାଯାଇଛି। ଉଦୟନାଥ ସାହୁଙ୍କଠାରୁ ସାଢେ ୪ ଲକ୍ଷ ଲାଞ୍ଚ ନେବାବେଳେ ଅମିତ ଲାହୁଚାଙ୍କୁ ଗିରଫ କରିଛି ସିବିଆଇ। ଜଣେ ଇଓଡବ୍ଲ୍ୟୁ ଇନ୍ସପେକ୍ଟରଙ୍କ ନିର୍ଦେଶରେ ଅମିତ ଲାହୁଚା ଭୁବନେଶ୍ବର ଆସିଥିଲେ। ନିର୍ଦେଶ ଦେଇଥିବା ଇଓଡବ୍ଲ୍ୟୁ ଇନ୍ସପେକ୍ଟରଙ୍କ ଦିଲ୍ଲୀ ଘରେ ଚଢ଼ାଉ କରାଯାଇଛି।

 

- Advertisement -

ମିଳିଥିବା ସୂଚନା ଅନୁଯାୟୀ ୨୦୧୬ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଭୁବନେଶ୍ୱରରେ ଏକ ଗଣମାଧ୍ୟମ ସଂସ୍ଥା ଫେକ୍‌ ଆକାଉଣ୍ଟ ଖୋଲିବା ସହ ଟଙ୍କା ଆଦାୟ କରୁଥିଲା। ଏ ସଂକ୍ରାନ୍ତରେ ଦିଲ୍ଲୀ ଇଓଡବ୍ଲ୍ୟୁରେ ଅଭିଯୋଗ ପରେ ଇଓଡବ୍ଲ୍ୟୁ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଥିଲା। ଦିଲ୍ଲୀ ଇଓଡବ୍ଲ୍ୟୁ ଭୁବନେଶ୍ୱର ପିଏମ୍‌ଜିରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ତାଙ୍କ ସହଯୋଗୀ ଉଦୟନାଥ ସାହୁଙ୍କୁ ସାକ୍ଷୀ ପକାଇଥିଲା। ଅପରପକ୍ଷରେ ଉଦୟନାଥ ସାହୁ ବିନାକାରଣରେ ତାଙ୍କୁ ଇଓଡବ୍ଲ୍ୟୁ ସାକ୍ଷୀ ପକାଇଥିବା ଅଭିଯୋଗ କରିଥିଲେ। ସାକ୍ଷୀ ତାଲିକାରୁ ନିଜ ନାମ ହଟାଇବା ପାଇଁ ଇଓଡବ୍ଲ୍ୟୁ ଇନ୍ସପେକ୍ଟରଙ୍କୁ ଉଦୟନାଥ ସାହୁ ଯୋଗାଯୋଗ କରିଥିଲେ ଏବଂ ଏଥିପାଇଁ ଇଓଡବ୍ଲ୍ୟୁ ଇନ୍ସପେକ୍ଟର ଉଦୟନାଥ ସାହୁଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରୁଥିଲେ। ଏହାପରେ ତାଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲେ। ଶନିବାର ଉଦୟନାଥ ଏନେଇ ସିବିଆଇରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଉଦୟନାଥ ସାଢ଼େ ୪ ଲକ୍ଷଟଙ୍କାରେ ଇଓଡବ୍ଲ୍ୟୁ ଇନ୍ସପେକ୍ଟର ଡିଲ୍‌ ପାଇଁ ରାଜି ହୋଇଥିଲେ। ଏହା ପରେ ଇଓଡବ୍ଲ୍ୟୁ ଇନ୍ସପେକ୍ଟରଙ୍କ ନିର୍ଦେଶରେ ଇଓଡବ୍ଲ୍ୟୁ କନଷ୍ଟେବଲ ଅମିତ ଲାହୁଚା ଭୁବନେଶ୍ୱର ଆସିଥିଲେ। ସେ ଆଜି ଲାଞ୍ଚ ଟଙ୍କା ନେଇଉଥିବା ବେଳେ ସାଦା ପୋଷାକରେ ଥିବା ୭ ଜଣିଆ ସିବିଆଇ ଟିମ୍‌ ଅମିତ ଲାହୁଚାଙ୍କୁ ଗିରଫ ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହା ପରେ ଇଓଡବ୍ଲ୍ୟୁ ଇନ୍ସପେକ୍ଟରଙ୍କ ଦିଲ୍ଲୀ ସ୍ଥିତ ଘରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଥିବା ସୂଚନା ମିଳିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories