www.samajalive.in
Sunday, December 7, 2025
13.1 C
Bhubaneswar

ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..

ତୁଳସୀ ବୃକ୍ଷକୁ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଏହା କେବଳ ଧାର୍ମିକ ଦୃଷ୍ଟିରୁ ନୁହେଁ ବରଂ ଔଷଧୀୟ ଓ ବାସ୍ତୁ ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀ ବୃକ୍ଷ ଶୋଭା ପାଏ । ତେବେ ତୁଳସୀ ବୃକ୍ଷ ଲଗାଇବା ସ୍ଥାନ ସହ କିଛି ବାସ୍ତୁ ନିୟମ ପ୍ରତି ଗୁରୁତ୍ୱ ଦେବା ନିତାନ୍ତ ଆବଶ୍ୟକ।
ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷ ନିକଟରେ କିଛି ବୃକ୍ଷକୁ ରଖିବା ଉଚିତ୍‌ ନୁହେଁ । ନଚେତ୍‌ ଏହାର ସକରାତ୍ମକ ପ୍ରଭାବ କମ୍‌ ହୋଇଥାଏ।

ବାସ୍ତୁ ଅନୁସାରେ ତୁଳସୀ ବୃକ୍ଷ ନିକଟରେ କଦାପି ଶମି ବୃକ୍ଷ ରଖିବା ଉଚିତ୍‌ ନୁହେଁ। ଏହି ୨ଟି ବୃକ୍ଷକୁ ଏକାଠି ରଖିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।ଏହି ୨ଟି ବୃକ୍ଷ ମଧ୍ୟରେ ୪ କିମ୍ବା ୫ ଫୁଟର ବ୍ୟବଧାନ ରହିବା ଦ୍ୱାରା ସକରାତ୍ମକ ପ୍ରଭାବ ମିଳିଥାଏ।

୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..

- Advertisement -

କିଛି ଲୋକେ ସାଜସଜ୍ଜା ଦୃଷ୍ଟିରୁ କଣ୍ଟା ଜାତୀୟ ବୃକ୍ଷକୁ ଘରେ ରଖିଥାନ୍ତି । ମାତ୍ର ତୁଳସୀ ନିକଟରେ କଦାପି କଣ୍ଟା ଜାତୀୟ ବୃକ୍ଷ ରଖନ୍ତୁ ନାହିଁ । ଏହାଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ।

ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ ସେନା କର୍ମଚାରୀ

ଯେଉଁ ଗଛରୁ କ୍ଷୀର ନିର୍ଗତ ହୋଇଥାଏ ସେଭଳି ଗଛକୁ ତୁଳସୀ ବୃକ୍ଷ ନିକଟରେ ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଏହାସହ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ, ଅଶାନ୍ତି, ମଦଭେଦ ଲାଗି ରହିଥାଏ।

ମହାରାଷ୍ଟ୍ର ଜଲଗାଓଁର ଟ୍ରେନ୍ ଟ୍ରାଜେଡି: ଚା’ ବିକାଳୀ ଖେଳାଇଥିଲା ଗୁଜବ,ଟାଣିଥିଲା ଟ୍ରେନ୍‌ ଚେନ୍‌

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories