www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ ସେନା କର୍ମଚାରୀ

ହାଇଦ୍ରାବାଦ : ବର୍ବରତାର ସବୁ ସୀମା ପାର୍‌। ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲାରେ ହତ୍ୟାକାଣ୍ଡର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ହଇଚଇ ସୃଷ୍ଟି କରିଛି। ଏଠାରେ ଜଣେ ପୂର୍ବତନ ସେନା କର୍ମଚାରୀ ବର୍ବରତାର ସବୁ ସୀମା ଟପି ଯାଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ସେନା କର୍ମଚାରୀ ଗୁରୁ ମୂର୍ତ୍ତି (୪୫) ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିଥିଲେ।
ଅଧିକାରୀଙ୍କ ସୂଚନାନୁଯାୟୀ, ଅଭିଯୁକ୍ତ ଗୁରୁ ମୂର୍ତ୍ତି ଗତ ୧୮ ଜାନୁଆରୀ ତାଙ୍କ ପତ୍ନୀ ଭେଙ୍କଟ ମାଧବୀ (୩୫) ନିଖୋଜ ଥିବା ନେଇ ନିଜ ବାପା ମାଆଙ୍କ ସହ ହାଇଦ୍ରାବାଦର ମୀରପେଟରେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆରମ୍ଭ ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ପତି-ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ କଳହ ଲାଗି ରହିଥିଲା। ଏହାପରେ ପୁଲିସ ଗୁରୁ ମୂର୍ତ୍ତିକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ଏହି ସମୟରେ ସମସ୍ତ ସତ ସାମ୍ନାକୁ ଆସିଥିଲା। ଗୁରୁ ମୂର୍ତ୍ତି ନିଜ ପତ୍ନୀକୁ ହତ୍ୟା କରିଥିବା ନେଇ ଦୋଷ ସ୍ୱୀକାର କରିଥିଲେ। ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ, ଗୁରୁ ମୂର୍ତ୍ତି ନିଜ ପତ୍ନୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିବା ପରେ ପୋଖରୀରେ ଫିଙ୍ଗିଦେଇଥିଲେ। ଅଭିଯୁକ୍ତ ବୟାନ ଅନୁସାରେ ପୁଲିସ ପ୍ରମାଣ ଏକାଠି କରିବାକୁ ପ୍ରୟାସ ଆରମ୍ଭ କରିଛି। ମୃତଦେହ ଅଂଶ ବିଶେଷକୁ ପୁଲିସ ଖୋଜାଖୋଜି କରୁଛି।
ଗୁରୁ ମୂର୍ତ୍ତି ସେନାରୁ ସେବା ନିବୃତ ହେବା ପରେ କଞ୍ଚନବାଗରେ ସୁରକ୍ଷା ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିବାହ ୧୩ ବର୍ଷ ପୂର୍ବରୁ ହୋଇଥିଲା। ଉଭୟଙ୍କର ୨ ଶିଶୁ ମଧ୍ୟ ଅଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

୫୦ ବର୍ଷ ପରେ ମୌନୀ ଅମାବାସ୍ୟାରେ ଦୁର୍ଲ୍ଲଭ ଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ଧନବର୍ଷା, ବଦଳିଯିବ ଭାଗ୍ୟ..

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories