www.samajalive.in
Sunday, December 14, 2025
23.1 C
Bhubaneswar

ୱାଙ୍ଖେଡ଼େରେ ପ୍ରଦର୍ଶିତ ହେଲା ୧୪,୫୦୫ କ୍ରିକେଟ ବଲ୍‌

ମୁମ୍ବଇ : ୱାଙ୍ଖେଡ଼େ ଷ୍ଟାଡିୟମ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସରେ ସ୍ଥାନପାଇଛି। ଗୁରୁବାର ମୁମ୍ବଇ କ୍ରିକେଟ ଆସୋସିଏସନ (ଏମ୍‌ସିଏ) ପକ୍ଷରୁ ୱାଙ୍ଖେଡ଼େ ​ଷ୍ଟାଡିୟମ୍‌ରେ ୧୪ ହଜାର ୫୦୫ଟି ନାଲି ଓ ଧଳା କ୍ରିକେଟ ବଲ୍‌ ପ୍ରଦର୍ଶିତ କରାଯାଇଛି। ୱାଙ୍ଖେଡ଼େ ଷ୍ଟାଡିୟମ୍‌ର ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଆୟୋଜନର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି କ୍ରିକେଟ ବଲ୍‌ ପ୍ରଦର୍ଶିତ କରାଯାଇଛି। ୱାଙ୍ଖେଡ଼େ ଷ୍ଟାଡିୟମ୍‌ ଏକାଧିକ ଭାରତୀୟ କିମ୍ବଦନ୍ତୀ କ୍ରିକେଟରଙ୍କ ଘରୋଇ ପଡ଼ିଆ। ଉକ୍ତ ଷ୍ଟାଡିୟମ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ଜିତିଥିଲା। ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚକୁ ୫୦ ବର୍ଷ ପୂରଣ ଅବସରରେ ଏହି ବଲ ପ୍ରଦର୍ଶିତ କରାଯାଇଛି। ସ୍ବର୍ଗତ ଏକନାଥ ସୋଲ୍‌କାରଙ୍କ ସମେତ ଅନ୍ୟ କିମ୍ବଦନ୍ତୀ କ୍ରିକେଟରଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏମ୍‌ସିଏ ପକ୍ଷରୁ ମୁମ୍ବଇର ବିଭିନ୍ନ କ୍ଲବ, ବିଦ୍ୟାଳୟ, କ୍ରିକେଟ ଏକାଡେମୀରୁ ଉକ୍ତ ବଲକୁ ସଂଗ୍ରହ କରାଯାଇ ଷ୍ଟାଡିୟମ୍‌ ପଡ଼ିଆରେ ପ୍ରଦର୍ଶିତ କରାଯାଇଛି ବୋଲି ଏମ୍‌ସିଏ ସଭାପତି ଆଜିଙ୍କ୍ୟ ନାଏକ କହିଛନ୍ତି। ସୂଚନାଯୋଗ୍ୟ, ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ୧୯୭୫ ଜାନୁଆରୀ ୨୩ରୁ ୨୯ ପର୍ଯ୍ୟନ୍ତ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦଳ ମଧ୍ୟ​‌ରେ‌ର ଖେଳା ଯାଇଥିଲା। ଉକ୍ତ ଟେଷ୍ଟମ୍ୟାଚ୍‌ରେ ଏକନାଥ ସୋଲ୍‌କାର ଭାରତ ପାଇଁ ଶତକ ହାସଲ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories