www.samajalive.in
Sunday, December 14, 2025
26.1 C
Bhubaneswar

ଶୁଳ୍କ ବୃଦ୍ଧି ଧମକ ଦେଇ ଲାଭ ଆଶାରେ ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ରାଷ୍ଟ୍ରକୁ ଶୁଳ୍କ ବୃଦ୍ଧି ଧମକ ଦେଇଛନ୍ତି। ଚୀନ୍‌ ଉପରେ ୧୦% ଶୁଳ୍କ ବୃଦ୍ଧି ଧମକ ଦେଇଥିବାବେଳେ ପଡ଼ୋଶୀ ମେକ୍ସିକୋ, କାନାଡ଼ା ଓ ୟୁରୋପୀୟ ସଂଘ ଉପରେ ମଧ୍ୟ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି ଧମକ ଦେଇଛନ୍ତି। ଏଥିସହ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ରଙ୍କୁ ୧୦୦ ପ୍ରତିଶତ ଶୁଳ୍କ ବୃଦ୍ଧି ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ତୁରନ୍ତ ତାଙ୍କର ଶୁଳ୍କ ବୃଦ୍ଧି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ, ଆଶ୍ଚର୍ଯ୍ୟଜନକ ଭାବରେ, ତାହା ଏପର୍ଯ୍ୟନ୍ତ ହୋଇନାହିଁ। ତେଣୁ ଟ୍ରମ୍ପ କେବଳ ଧମକ ଦେଇ ଫାଇଦା ହାସଲ କରିବା ଲକ୍ଷ୍ୟରେ ଥିବା ବିଶେଷଜ୍ଞ ଆକଳନ କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେକ ରାଷ୍ଟ୍ର ଉପରେ ଶୁଳ୍କ ବୃଦ୍ଧି ଯୋଜନାକୁ ନେଇ ଗତ କିଛି ଦିନ ଧରି ବିଶ୍ବ ବଜାରରେ ଅନିଶ୍ଚିତତା ଲାଗିରହିଛି।  ଚୀନ୍‌ ଉପରେ ୧୦ଧ ଶୁଳ୍କ ବୃଦ୍ଧି କରିବାକୁ ଟ୍ରମ୍ପ ଯୋଜନା କରିଥିବାବେଳେ ପଡ଼ୋଶୀ ମେକ୍ସି ଏବଂ କାନାଡ଼ା ଉପରେ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି ପାଇଁ କହିଛନ୍ତି। ଏଥିସହ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ରଙ୍କୁ ଧମକ ଦେଇ କହିଛନ୍ତି ଯେ, ଆମେରିକୀୟ ଡଲାରକୁ ବଦଳାଇବାକୁ ଚେଷ୍ଟା କଲେ ସେ ବ୍ରିକ୍ସ ରାଷ୍ଟ୍ରଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ। ତେବେ ଟ୍ରମ୍ପ ଏପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କାର୍ଯ୍ୟକାରୀ କରୁ ନ ଥିବାରୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଏହି ଧମକରେ ସତ୍ୟତା ଅଛି କିମ୍ବା ଏହା ଏକ ସୁଚିନ୍ତିତ ରଣନୀତି। ଅନ୍ୟପକ୍ଷରେ ଫେବୃଆରୀ ୧ରେ ବର୍ଦ୍ଧିତ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ପ୍ରଶାସନ ଲକ୍ଷ୍ୟ ରଖିଥିବାବେଳେ ଏଥିରେ ବିଳମ୍ବ ହେଉଥିବାରୁ ବିଶେଷଜ୍ଞ ଚିନ୍ତା କରୁଛନ୍ତି ଯେ, ଟ୍ରମ୍ପ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ଉପରେ ବାଣିଜ୍ୟ ଶୁଳ୍କ ଲଗାଇ ସମ୍ପୂର୍ଣ୍ଣ ଭାବରେ ବୈଶ୍ବିକ ବ୍ୟବଧାନ ସୃଷ୍ଟି କରିବାର ବିପଦକୁ ଆହ୍ବାନ କରିବେ କି?

- Advertisement -

ବିଶେଷଜ୍ଞ କହିଛନ୍ତି ଯେ, ଟ୍ରମ୍ପ ବର୍ତ୍ତମାନ ‘ପ୍ରତିକ୍ଷା ଏବଂ ନିରୀକ୍ଷଣ’ ସ୍ଥିତିରେ ରହିଛନ୍ତି। ଧମକ ଦେଇଥିବା ରାଷ୍ଟ୍ରଙ୍କଠାରୁ ଅନୁକୂଳ ଚୁକ୍ତି ଉପରେ ନଜର ରଖି ଅଧିକ କାରବାର ପାଇଁ ଲକ୍ଷ୍ୟ ରଖିପାରନ୍ତି। ବିଶ୍ବ ଅର୍ଥନୈତିକ ଫୋରମର ଅଧ୍ୟକ୍ଷ ବୋର୍ଜ ବ୍ରିଣ୍ଡେ କହିଛନ୍ତି ଯେ, ଟ୍ରମ୍ପ ଜଣେ ବ୍ୟବସାୟୀ, ଲାଭ ପାଇବା ପାଇଁ ସେ ଶୁଳ୍କ ବୃଦ୍ଧିକୁ ଏକ ରଣନୀତି ଭାବେ ବ୍ୟବହାର କରିପାରନ୍ତି ବୋଲି କହିଛନ୍ତି।  ହ୍ୱାଇଟ୍ ହାଉସ୍ ବାଣିଜ୍ୟ ପରାମର୍ଶଦାତା ପିଟର୍ ନାଭାରୋ ଏକ ଗଣମାଧ୍ୟମକୁ କହିଥିଲେ ଯେ କାନାଡା ଏବଂ ମେକ୍ସିକୋ ଉପରେ ଟ୍ରମ୍ପଙ୍କ ଶୁଳ୍କ ଧମକ କେବଳ ଏହି ଦୁଇଟି ଦେଶକୁ ଆମେରିକାରେ ଅବୈଧ ପ୍ରବାସୀ ଏବଂ ଅବୈଧ ଔଷଧ ପ୍ରବେଶ ବନ୍ଦ କରିବା ଦିଗରେ ଚାପ ପକାଇବା ପାଇଁ ଥିଲା। ପରେ ୟୁରୋପୀୟ ସଂଘ ବିରୋଧରେ ଟ୍ରମ୍ପଙ୍କ ସାମ୍ପ୍ରତିକ ଶୁଳ୍କ ଧମକ ସୂଚାଇ ଦିଏ ଯେ ସେ ପ୍ରକୃତରେ ଶୁଳ୍କ ଲାଗୁ କରିବା ଅପେକ୍ଷା ଭଲ ଚୁକ୍ତି କରିବାକୁ ଚାହାଁନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories