ଛତ୍ରପୁର: ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୧୧ଜଣ ମିଲରଙ୍କୁ କାରଣ ଦର୍ଶାଇ ନୋଟିସ ଜାରି କରାଯାଇଛି। ଗଞ୍ଜାମ ବ୍ଲକର ୪, ଛତ୍ରପୁର ବ୍ଲକର ୪ ଓ ପୁରୁଷୋତ୍ତମପୁର ବ୍ଲକର ୩ଜଣ ମିଲରଙ୍କୁ ଜିଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ଏବଂ ଅବହେଳା ଅଭିଯୋଗରେ ଗଞ୍ଜାମ ଜିଲା ପ୍ରଶାସନ କାରଣ ଦର୍ଶାଅ ନୋଟିସ ଜାରି କରିଛି। ତୁରନ୍ତ ଧାନ ଉଠାଇବାକୁ ତାଗିଦ କରିବା ସହିତ ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
Popular Categories



