କଟକ ବାରବାଟୀରେ ଭାରତ-ଇଂଲଣ୍ଡ କ୍ରିକେଟ ମ୍ୟାଚ, ଟିକଟ କିଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଆସନ୍ତା ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଠାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ସଦସ୍ୟମାନଙ୍କୁ ଭେଟିବା ଅବସରରେ ସେମାନଙ୍କ ଠାରୁ ଆଭାସୀ ପୈଠ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ମ୍ୟାଚର ଟିକଟ୍ କିଣିଛନ୍ତି।

prayash

ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଠାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଦସ୍ୟମାନଙ୍କୁ ଭେଟିଲି। ଓଡ଼ିଶାରେ କ୍ରିକେଟ୍ ଖେଳକୁ ନେଇ ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ଓଡ଼ିଶାରେ କ୍ରିକେଟ୍ ଖେଳକୁ ପ୍ରୋତ୍ସାହନ ଦେବା ଉପରେ ଆଲୋଚନା ହୋଇଥିଲା।

ଶ୍ରୀ ପ୍ରଧାନ ଡିଜିଟାଲ ପେମେଣ୍ଟ କରି ଉକ୍ତ ମ୍ୟାଚ ପାଇଁ ଟିକେଟ୍ କିଣି ଖୁସି ପ୍ରକାଶ କରିଥିଲେ। ସମ୍ବଲପୁର ଠାରେ ଗୁରୁବାର ଓଡ଼ିଶା କ୍ରିକେଟ୍ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା, ଅନୁଗୁଳର ବିଧାୟକ ତଥା ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପଚନ୍ଦ୍ର ପ୍ରଧାନ, ଅଲିମ୍ପିକ ଆସୋସିଏସନର ଉପ ସଭାପତି ଦୁଲାଲଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ।

 

kalyan agarbati

Comments are closed.