ନଦୀକୁ ଡେଇଁଲେ ଯୁବକ

ପଟ୍ଟାମୁଣ୍ଡାଇ : ରାଜନଗରରେ ହଂସୁଆ ନଦୀକୁ ଜଣେ ଅଜଣା ଯୁବକ ଡେଇଁପଡିଛନ୍ତି ।  ହଂସୁଆ ସେତୁ ଉପରେ ଚପଲ ଥୋଇଦେଇ ଅଚାନକ ନଦୀକୁ ଡେଇଁପଡିଥିଲେ ଯୁବକ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହା ଦେଖିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ତେବେ ତାଙ୍କ ପରିଚୟ ସ୍ପଷ୍ଟ ହୋଇପାରିନି । ସେ କିଏ ଏବଂ କାହିଁକି ନଦୀକୁ ଡେଇଁଛନ୍ତି ସେନେଇ କିଛି ସୂଚନା ମିଳିନି ।

kalyan agarbati

Comments are closed.