www.samajalive.in
Monday, December 15, 2025
27.1 C
Bhubaneswar

ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟିର ସ୍କୁଲ ଅଫ୍‌‌ କମ୍ୟୁନିକେସନ ପକ୍ଷରୁ ସମ୍ପାଦକ ସମ୍ମିଳନୀ ଆୟୋଜିତ

ଡେସ୍କ: ଶିକ୍ଷାନୁଷ୍ଠାନ ଓ ଗଣମାଧ୍ୟମ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ବିର୍ଲ୍ଲା ସ୍କୁଲ ଅଫ୍‌‌ କମ୍ୟୁନିକେସନ, ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ପ୍ରଥମ ସମ୍ପାଦକ ସମ୍ମିଳନୀ ଆୟୋଜିତ ହୋଇଛି। ସମ୍ମିଳନୀରେ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନେ ଯୋଗଦେଇ ସାମ୍ବାଦିକତାର ବିକଶିତ ଦୃଶ୍ୟପଟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟର ଭୁବନେଶ୍ୱର କ୍ୟାମ୍ପସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଗଣମାଧ୍ୟମର ପରିବର୍ତ୍ତନ: ଗଣମାଧ୍ୟମ ସମ୍ପାଦକଙ୍କ ଦୃଷ୍ଟିକୋଣ’ ଏବଂ ‘ମିଡିଆ ସ୍ୱାଧୀନତାର ଭବିଷ୍ୟତ-କର୍ପୋରେଟ୍‌‌ ପ୍ରଭାବ, ସମ୍ପାଦକୀୟ ସ୍ୱାଧୀନତା ଓ ନିୟାମକ ଆହ୍ୱାନ’ ଉପରେ ଆଲୋଚନା କରାଯାଇଥିଲା।

ଆୟୋଜିତ ସମ୍ମିଳନୀରେ ଡିଜିଟାଲ ଯୁଗରେ ସମ୍ପାଦକୀୟ ନେତୃତ୍ୱରେ ପରିବର୍ତ୍ତନଶୀଳ ଭୂମିକା, ଦାୟିତ୍ୱ ଓ ଆହ୍ୱାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିର୍ଲ୍ଲା ସ୍କୁଲ ଅଫ୍‌‌ କମ୍ୟୁନିକେସନର ଡିନ୍‌‌ ଶିବ ଶଙ୍କର ଦାସ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ସମ୍ପାଦକ ସମ୍ମିଳନୀ ହେଉଛି ଛାତ୍ରଛାତ୍ରୀଙ୍କୁ ବାସ୍ତବ ଦୁନିଆର ଆହ୍ୱାନ ଏବଂ ଗଣମାଧ୍ୟମ ଚିନ୍ତାଧାରା ସହିତ ଯୋଡିହେବା ପାଇଁ ଆମ ଲକ୍ଷ୍ୟର ଏକ ପ୍ରତିଫଳନ। ବିର୍ଲ୍ଲା ସ୍କୁଲ ଅଫ୍‌‌ କମ୍ୟୁନିକେସନର ଆସିଷ୍ଟାଣ୍ଟ ପ୍ରଫେସର ଡଃ ଜ୍ଞାନରଞ୍ଜନ ମିଶ୍ରଙ୍କ ଉଦ୍‌‌ଯାପନୀ ମନ୍ତବ୍ୟ ସହିତ ସମ୍ମିଳନୀ ସମାପ୍ତ ହୋଇଥିଲା।

- Advertisement -

କାର୍ଯ୍ୟକ୍ରମରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ଶତପଥୀ, ଓଡ଼ିଶା ଲାଇଭର ସମ୍ପାଦକ ଓ ସିଇଓ ତଥା ଇଟିଭି ନେଟୱର୍କର ପୂର୍ବତନ ସମ୍ପାଦକ ନୀଳାମ୍ବର ରଥ, ଏଡିଟର୍ସ ଗିଲ୍ଡ ଅଫ୍‌‌ ଇଣ୍ଡିଆର ସାଧାରଣ ସମ୍ପାଦକ ତଥା ଆଉଟ୍‌‌ଲୁକ୍‌‌ର ପୂର୍ବତନ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ, ବିବିସି ନ୍ୟୁଜ୍‌‌ର ଡିଜିଟାଲ କଣ୍ଟେଟ୍‌‌ ସମ୍ପାଦକ ସର୍ବପ୍ରିୟା ସାଙ୍ଗୱାନ୍‌‌, ନ୍ୟୁଜ୍‌‌ ରୁମ୍‌‌ର ପ୍ରତିଷ୍ଠାତା ଏବଂ ଓଟିଭି ଓ କନକ ନ୍ୟୁଜ୍‌‌ର ପୂର୍ବତନ ସମ୍ପାଦକ ମନୋରଞ୍ଜନ ମିଶ୍ର, ଏମ୍‌‌ବିସି ଟେଲିଭିଜନ ସମ୍ପାଦକ ଡଃ ଅଶୋକ କୁମାର ପଣ୍ଡା, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର ପ୍ରମୁଖ ଯୋଗଦେଇ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତାର ଭବିଷ୍ୟତ ବିଷୟରେ ତାଙ୍କର ଅଭିଜ୍ଞତା ଓ ଅର୍ନ୍ତଦୃଷ୍ଟି ଉପସ୍ଥାପନ କରିଥିଲେ।

ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅନ୍ୱେଷା ପାଢ଼ୀ ଓ ଡଃ ମେହୁଲ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories