www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ ରବିବାର ନଖ ଓ କେଶ କାଟିବା ଶୁଭ କି ଅଶୁଭ

ଅଧିକାଂଶ ଲୋକେ କେଶ ଓ ନଖ ରବିବାରରେ କାଟି ଥାନ୍ତି । କାରଣ ଏହି ଦିନ ଛୁଟି ଦିନ । ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର ଦିନ ନଖ କାଟିବା ଶୁଭ କି ଅଶୁଭ ତାହା ହୁଏତ ସଭିଏଁ ଜାଣି ନଥିବେ । ଏହା ଜୀବନରେ କି ପ୍ରଭାବ ପକାଇଥାଏ । ଜାଣନ୍ତୁ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରବିବାର ଦିନ ସୂର୍ଯ୍ୟଦେବଙ୍କ ଆରାଧନା କରାଯାଏ । ସାରା ବ୍ରହ୍ମାଣ୍ଡକୁ ସୂର୍ଯ୍ୟ ଶକ୍ତି ଓ ଆଲୋକ ପ୍ରଦାନ କରି ଥାନ୍ତି । ମାନ୍ୟତା ଅନୁଯାୟୀ ରବିବାର ଦିନ କେଶ ଓ ନଖ କାଟିବା ଉଚିତ୍‌ ନୁହେଁ । ଏହାଦ୍ୱାରା ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ହେଲେ ଆର୍ଥିକ କ୍ଷେତ୍ରରେ ସମସ୍ୟା, ମାନସିକ ଦୁଃଶ୍ଚିନ୍ତା, ବ୍ୟବସାୟରେ କ୍ଷତି, ମୁଣ୍ଡ ବିନ୍ଧା ସହ ଅନ୍ୟାନ୍ୟ ରୋଗ ଲାଗି ରହିଥାଏ ।
କେଶ ଓ ନଖ କାଟିବା ପାଇଁ ବୁଧବାର ଓ ଶୁକ୍ରବାର ଦିନ ଶୁଭ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ବୁଦ୍ଧିର କାରକ ବୋଲି କୁହାଯାଏ । ଶରୀରକୁ ସ୍ୱଚ୍ଛ ରଖିବା ଦ୍ୱାରା ବୁଧ ଗ୍ରହଙ୍କ ଆଶୀର୍ବାଦ ମିଳିଥାଏ ।

‘ସୁଭଦ୍ରା’କୁ ନେଇ ବଡ ଘୋଷଣା, ଏମାନଙ୍କୁ ବି ମିିଳିବ ସୁଭଦ୍ରା ଟଙ୍କା

- Advertisement -

ଶୁକ୍ର ଗ୍ରହ ସୌନ୍ଦର୍ଯ୍ୟ ଓ ଐଶ୍ୱର୍ଯ୍ୟ-ବୈଭବର ପ୍ରତୀକ । ତେଣୁ ସ୍ୱଚ୍ଛତା କାରଣରୁ ମନ ପ୍ରସନ୍ନ ରହିଥାଏ । ତେଣୁ ଏହି ୨ଟି ବାରରୁ ଯେଉଁ ବାରରେ ମଧ୍ୟ କେଶ ଓ ନଖ କାଟିବା ଦ୍ୱାରା ଶୁଭଫଳ ମିଳିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ, ବୃହସ୍ପତି, ଶନି ଓ ରବିବାର ନଖ କିମ୍ବା କେଶ କାଟିବା ଉଚିତ୍‌ ନୁହେଁ । ମଙ୍ଗଳ ଗ୍ରହ ଅସନ୍ତୁଷ୍ଟ ହେବା ଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ । ଶନି ଦେବ ଅସନ୍ତୁଷ୍ଟ ହେଲେ କାର୍ଯ୍ୟରେ ଅସଫଳତା ମିଳେ । ବୃହସ୍ପତିର ପ୍ରଭାବରେ ଜ୍ଞାନ ହ୍ରାସ ହୁଏ । ଧନର ଅଭାବ ଲାଗି ରହେ ।

ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..

କେଶ ଓ ନଖକୁ ସର୍ବଦା ଦିନ ସମୟରେ ହିଁ କାଟିବା ଉଚିତ୍‌ । ତେଣୁ ସକାଳ ସମୟ ସବୁଠାରୁ ଉତ୍ତମ । ନଖ କାଟିବା ପୂର୍ବରୁ ହାତ ଓ ଗୋଡ ଭଲ ଭାବେ ଧୁଅନ୍ତୁ । ନଖ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି କାଟନ୍ତୁ ।

ଦେଖନ୍ତୁ ଭିଡିଓ ; ଅଧାରୁ ଖରାପ ହେଲା ଦୋଳି, ୩୦ ମିନିଟ୍‌ ଯାଏଁ ଓଲଟା ଲଟକି ରହିଲେ ଲୋକେ, ତା’ପରେ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories