www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ କେଉଁ ସମୟରେ ଦେଖୁଥିବା ସ୍ୱପ୍ନ ନିଶ୍ଚୟ ହୁଏ ସତ! ଏହି ସ୍ୱପ୍ନ ଦିଏ ଧନଲାଭର ସଙ୍କେତ..

ରାତିରେ ଦେଖୁଥିବା ସ୍ୱପ୍ନ ସତ ହେଉ କି ନହେଉ ମାତ୍ର ଭୋର ସମୟରେ ଅଥବା ବ୍ରହ୍ମ ମୁହୂର୍ତ୍ତରେ ଦେଖୁଥିବା ସ୍ୱପ୍ନ ସତ ହୋଇଥାଏ ବୋଲି ମାନ୍ୟତା ରହିଛି । ଜାଣନ୍ତୁ ଏଭଳି କିଛି ସ୍ୱପ୍ନ ବିଷୟରେ ଯାହା ଧନର ଲାଭର ସଙ୍କେତ ଦେଇଥାଏ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ଗଭୀର ନିଦରେ ଦେଖୁଥିବା ସ୍ୱପ୍ନ ଜୀବନରେ ଅନେକ ସଙ୍କେତ ନେଇ ଆସିଥାଏ । ସେହିପରି ବ୍ରହ୍ମ ମୁହୁର୍ତ୍ତରେ ଦେଖୁଥିବା ସ୍ୱପ୍ନ ଧନ ଆଗମନ ସହ ଜୀବନରେ ଉନ୍ନତି ହେବାର ଅନେକ ସଙ୍କେତ ଦେଇଥାଏ ।
ବ୍ରହ୍ମ ମୁହୂର୍ତ୍ତରେ ଦେଖୁଥିବା ସ୍ୱପ୍ନ ସତ ସହ ରାତିରେ ଦେଖୁଥିବା ସ୍ୱପ୍ନ ସତ ହୋଇନଥାଏ ବୋଲି ମାନ୍ୟତା ରହିଛି । ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ଭୋର ୩ଟାରୁ ୫ଟା ମଧ୍ୟରେ ଦେଖୁଥିବା ସ୍ୱପ୍ନ ସତ ହୋଇଥାଏ । ଜାଣନ୍ତୁ କେଉଁ ସ୍ୱପ୍ନ ଦିଏ ଧନ ଲାଭର ସଙ୍କେତ..

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

- Advertisement -

ଭୋର ସମୟରେ ସ୍ୱପ୍ନରେ ପିଲାଙ୍କୁ ହସୁଥିବା ଦେଖିବା, କିମ୍ବା ଶିଶୁ ମାନଙ୍କୁ ଖୁସି ହେଉଥିବା ଦେଖିବା ଶୁଭଙ୍କର । ଏହା ଘରେ ଧନ, ସୁଖସମୃଦ୍ଧି ବୃଦ୍ଧି ହେବାର ସଙ୍କେତ ଦେଇଥାଏ । ମା’ଲକ୍ଷ୍ମୀଙ୍କ କୃପା ଖୁବ୍‌ ଶୀଘ୍ର ମିଳିବ ବୋଲି ମଧ୍ୟ ଏହା ସଙ୍କେତ ଦିଏ।

ଯଦି କୌଣସି ବ୍ୟକ୍ତି ବିଶେଷ ବ୍ରହ୍ମ ମୁହୂର୍ତ୍ତରେ ନଦୀରେ ନିଜକୁ ସ୍ନାନ କରୁଥିବା ଦେଖେ ଏହା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ । କରଜ କିମ୍ବା ଅଟକି ରହିଥିବା ଟଙ୍କା ଖୁବ୍‌ ଶୀଘ୍ର ମିଳିବା, ପୂର୍ବରୁ ନିବେଶ କରିଥିବା ଟଙ୍କାରୁ ଲାଭ ମିଳିବା ନେଇ ଏହି ସ୍ୱପ୍ନ ସଙ୍କେତ ଦେଇଥାଏ ।

ଚାଉଳ ବସ୍ତା କିମ୍ବା ଗଦା ହୋଇ ରହିଥିବା ଚାଉଳ ଦେଖିଲେ ଏହା ଖୁବ୍‌ ଶୀଘ୍ର ଧନୀ ହେବାର ସଙ୍କେତ ଦେଇଥାଏ । ଏହି ସ୍ୱପ୍ନ ଖୁବ୍‌ ଶୁଭ ବୋଲି କୁହାଯାଏ ।

ଥରେ ଚାର୍ଜ କଲେ ଗୋଟିଏ ମାସ ଚାର୍ଜ ରଖେ ଏହି ଫୋନ୍‌ ; ୨୦୦ ଏମପି କ୍ୟାମେରା, ଚଟାଣରେ ପିଟିଲେ ବି ଭାଙ୍ଗିବନି..

ନିଜକୁ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଉଥିବା ଦେଖିବା ଅର୍ଥ ଖୁବ୍‌ ଶୀଘ୍ର ଆର୍ଥିକ ସ୍ଥିତି ମଜଭୁତ ହେବା, ସଫଳତା ମିଳିବାର ଏହାର ସଙ୍କେତ ଦେଇଥାଏ ।

ଶାସ୍ତ୍ର ଅନୁସାରେ ପାଣି ଭର୍ତ୍ତି ପାତ୍ର କିମ୍ବା କଳସ ଦେଖିବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ । ଏହା ନିକଟ ଭବିଷ୍ୟତରେ ଧନଲାଭ ସହ ଭୂମି କିଣିବାର ମଧ୍ୟ ସଙ୍କେତ ଦେଇଥାଏ ।

କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..

ସ୍ୱପ୍ନରେ ନିଜ ଦାନ୍ତ ଭାଙ୍ଗି ଥିବା ଦେଖିବା ଶୁଭଙ୍କର । ଏହା ଚାକିରି ଓ ବ୍ୟବସାୟରେ ସଫଳତା ମିଳିବାର ସଙ୍କେତ ଦେଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories