www.samajalive.in
Sunday, December 7, 2025
16.1 C
Bhubaneswar

ଥରେ ଚାର୍ଜ କଲେ ଗୋଟିଏ ମାସ ଚାର୍ଜ ରଖେ ଏହି ଫୋନ୍‌ ; ୨୦୦ ଏମପି କ୍ୟାମେରା, ଚଟାଣରେ ପିଟିଲେ ବି ଭାଙ୍ଗିବନି..

ନୂଆଦିଲ୍ଲୀ : ସଭିଁଙ୍କୁ ସ୍ମାର୍ଟ ଫୋନ୍‌ ପସନ୍ଦ । ମୋବାଇଲ୍‌ କମ୍ପାନୀ ନିଜର ଗ୍ରାହକଙ୍କ ପାଇଁ ବିଭିନ୍ନ ଫିଚର୍‌ ସହ ନୂଆ ନୂଆ ମଡେଲ୍‌ର ସ୍ମାର୍ଟ ଫୋନ୍‌ ଆଣି ଥାନ୍ତି । କିଛି ଫୋନ୍‌ ଉନ୍ନତ ମାନର କ୍ୟାମେରା ପାଇଁ ତ ପୁଣି କିଛି ଫୋନ୍‌ ବ୍ୟାଟେରୀ ଆଉ କିଛି ପାଣିରେ ମଧ୍ୟ କାମ କରିବା କରିଥାଏ । ଏଭଳି ଏକ ଫୋନ୍‌ ବିଷୟରେ ଜାରଣନ୍ତୁ ଯାହାକୁ ଥରେ ଚାର୍ଜ କଲେ ଗୋଟିଏ ମାସ ପର୍ଯ୍ୟନ୍ତ ଏହାର ଚାର୍ଜ ରହିଥାଏ ।

ଏହାର ଏକ ବିଶେଷ ଗୁଣ ମଧ୍ୟ ରହିଛି । ଏହି ଫୋନ୍‌କୁ ଖରାରେ ରଖି ଚାର୍ଜ କରି ପାରିବେ । ଏଥିରେ ଏକ ସୋଲାର ଚାର୍ଜର ଲଗାଯାଇଛି, ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ଏହା ଏକ ମାସ ପର୍ଯ୍ୟନ୍ତ ଚାର୍ଜ ରଖିଥାଏ । ମାତ୍ର ଏହି ଫୋନ୍‌ ଖୁବ୍‌ ଓଜନିଆ । ପ୍ରାୟ ୧ କେଜି ଏହାର ଓଜନ ହେବ ।

- Advertisement -

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

କୁୱେତ୍‌ରେ ରହୁଥିବା ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଏହି ଫୋନ୍‌ ବିଷୟରେ କହିଛନ୍ତି । ସେ ଅଧିକାଂଶ ସମୟରେ ବଜାରକୁ ଆସୁଥିବା ନୂଆ ନୂଆ ଫୋନ୍‌ ବିଷୟରେ ଜଣାଇଥାନ୍ତି । ଏହି ଫୋନ୍‌ରେ ପ୍ରାୟ ୧୬ ଜିବି ର‌୍ୟାମ୍‌ ଓ ୫୧୨ ଜିବି ଷ୍ଟୋରେଜ୍‌ ରହିଛି । ସବୁଠାରୁ ବଡ କଥା ହେଉଛି ଏଥିରେ ୨୦୦ ମେଗାପିକ୍ସଲ କ୍ୟାମେରା ରହିଛି ।

୬୦୦୦ଏମ୍‌ଏଏଚ୍‌ ବ୍ୟାଟେରୀ ଥିବା ଫୋନ୍‌ ନିଶ୍ଚୟ ଦେଖିଥିବେ ମାତ୍ର ଏହାର ବ୍ୟାଟେରୀ ୨୩,୮୦୦ଏମ୍‌ଏଏଚର ବଡ ବ୍ୟାଟେରୀ ରହିଛି । ଏହାକୁ ମାତ୍ର ଥରେ ଚାର୍ଜ କଲେ ଏକ ମାସ ପର୍ଯ୍ୟନ୍ତ ଚାର୍ଜ ରଖିଥାଏ । ଏହି ଫୋନ୍‌ ୫ଜିର ହୋଇଥିବା ବେଳେ ଏହାକୁ Unihertz କମ୍ପାନୀ ତିଆରି କରିଛି । କୁୱେତରେ ଏହାର ମୂଲ୍ୟ ୮୦ କେଡି । ଯାହା ଭାରତ ଦାମ୍‌ରେ ପ୍ରାୟ ୨୩,୦୦୦ ଟଙ୍କା ।
ଏଥିରେ ଏକ ଦ୍ରୁତ ପ୍ରୋସେସର୍‌, ୧୬ ଜିବି ର‌୍ୟାମ୍‌, ୫୧୨ ଜିବି ଷ୍ଟୋରେଜ୍‌ ଓ ୬.୭୯ ଇଞ୍ଚ ଏଫଏଚଡି+୧୨୦ଏଚଜେଡ୍‌ର ଉନ୍ନତ ସ୍କ୍ରିନ୍‌ ମଧ୍ୟ ରହିଛି ।

ଧୂଳି ଏବଂ ପାଣିରୁ ସୁରକ୍ଷା ପାଇଁ ଏହି ସ୍ମାର୍ଟଫୋନ୍‌ର ଆଇପି୬୮ ରେଟିଂ ରହିଛି। ଏଥିରେ ଏକ ଲେଜର ରେଞ୍ଜଫାଇଣ୍ଡର ମଧ୍ୟ ଅଛି ଯାହା ୪୦ ମିଟର ପର୍ଯ୍ୟନ୍ତ ଦୂରତା ମାପିପାରିବ, ଇନଫ୍ରାରେଡ୍ ସେନ୍ସର, ୧୨୦୦ ଲୁମେନସ୍‌ ଉଜ୍ଜ୍ୱଳତା ସହିତ ଏଲଇଡି ଫ୍ଲାସ୍ଲାଇଟ୍, ଦୁଇଟି କଷ୍ଟମାଇଜେବଲ୍ ସାଇଡ୍ ବଟନ୍ ଏବଂ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି ।

କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..

କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories